www.samajalive.in
Tuesday, December 9, 2025
17.1 C
Bhubaneswar

ଅଭ୍ୟାସ ଟେକ୍ନୋ ସ୍କୁଲରେ ଜାତୀୟ ବିଜ୍ଞାନ ମେଳା

ପଦ୍ମପୁର : ପଦ୍ମପୁର ସ୍ଥିତ ଅଭ୍ୟାସ ଟେକ୍ନୋ ସ୍କୁଲଠାରେ  ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଆଜି ଅଭ୍ୟାସର ଶିଶୁ ବହୁତ ସୁନ୍ଦର ଭାବେ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ପ୍ରଦର୍ଶିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆରଜି ମହାବିଦ୍ୟାଳୟ ରସାୟନ ବିଜ୍ଞାନ ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ ସମସ୍ତ ଶିଶୁଙ୍କ ପ୍ରକଳ୍ପ ନିରୀକ୍ଷଣ କରି ବହୁତ୍ ଖୁସି ଅନୁଭବ କରିଥିଲେ।

ସେ କହିଥିଲେ ଯେ ପିଲାମାନେ ଅତି ସୁନ୍ଦର୍ ପ୍ରକଳ୍ପ କରିଛନ୍ତି ଏବଂ ପ୍ରକଳ୍ପ ଉପରେ ସୁନ୍ଦର୍ ସୂଚନା ଦେଇ ପାରୁଛନ୍ତି । ସେ ଦୃଢ଼ତାର ସହ କହି ଥିଲେ ଅଭ୍ୟାସର ପିଲାମାନେ ଭବିଷ୍ୟତରେ ନିଶ୍ଚିତ ଆମ ଅଞ୍ଚଳ ପାଇଁ ଗୌରବ ଆଣିବେ। ଶେଷରେ ସେକ୍ରେଟାରୀ ଲାଡୀ ତୁକରାମ ଏବଂ ଅଧ୍ୟାପକ ରମେଶ ପଣ୍ଡାଙ୍କ ଦ୍ବାରା ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories