ବିବାହ ବେଦୀରେ ଗୀତ ଗାଇଲେ ବ୍ରାହ୍ମଣ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ବିବାହ ଉତ୍ସବର ଭିଡିଓ ବା ଫଟୋ ଭାଇରାଲ ହୋଇଥାଏ । ଏହା ବହୁତ ମଜାଦାର ହୋଇଥାଏ । କେତେବେଳେ ବିବାହ ଭୋଜିର ଦୃଶ୍ୟ ବା ବର-କନ୍ୟାଙ୍କ ନାଚ ଭିଡିଓ ଆଦି ଭାଇରାଲ ହୋଇଥାଏ । ନିକଟରେ ବିବାହ ମଣ୍ଡପର ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କ ମୁହଁରେ ମଧ୍ୟ ହସ ଖେଳିବ । ଭାଇରାଲ ହେଉଥିବା ଏହି ଭିଡିଓରେ ବର-କନ୍ୟାଙ୍କ ସାମ୍ନାରେ ମଣ୍ଡପରେ ବସିଥିବା ବ୍ରାହ୍ମଣ ରୋମାଣ୍ଟିକ୍ ଗୀତ ଗାଉଥିବା ନଜର ଆସୁଛି । ବ୍ରାହ୍ମଣଙ୍କ ଗୀତ ଶୁଣି ସମସ୍ତେ ତାଙ୍କ ପ୍ରଶଂସକ ପାଲଟି ଯାଉଛନ୍ତି ।

ଭିଡିଓରେ ବ୍ରାହ୍ମଣ ଜଣକ ହିନ୍ଦୀ ରୋମାଣ୍ଟିକ ଗୀତ ଗାଉଥିବା ନଜର ଆସୁଛି । ଏହି ସମୟରେ ମଣ୍ଡପ ପାଖରେ ବସିଥିବା ଲୋକମାନେ ଗୀତର ମଜା ନେବା ସହ ତାଙ୍କ ଭିଡିଓ କରୁଛନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ସେୟାର କରାଯାଇଛି । ପ୍ରାୟ ୨.୩୪ ମିନିଟର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷ ୩୬ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଯଦିଓ ୪ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି । ଭିଡିଓ ଦେଖି ଲୋକେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ସମସ୍ତେ ସେହି ବ୍ରାହ୍ମଣଙ୍କ ପ୍ରଶଂସା କରୁଛନ୍ତି ।

Comments are closed.