www.samajalive.in
Tuesday, December 9, 2025
17.1 C
Bhubaneswar

ସାନ୍ଦୁଲ୍ ଜଳସେଚନ ପ୍ରକଳ୍ପରେ ଅଘଟଣ: ମାଟି ଅତଡ଼ା ଖସି ବାପା ମୃତ, ୨ ପୁଅ ଗୁରୁତର

ମ.ରାମପୁର: ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ସାଲେପାଳି ପଞ୍ଚାୟତର ଡୁଟାଠାରେ ସାନ୍ଦୁଲ ଵ୍ୟାରେଜରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ବାପା ଓ ଦୁଇ ଗୁରୁତର ଦୁଇ ପୁଅ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢେ ୧୦ଟା ସମୟରେ ବ୍ୟାରେଜର ଗେଟ୍ କାମ ଚାଲିଥିବା ବେଳେ ଏହି କାମରେ ୫ ଜଣ ଶ୍ରମିକ ନିୟୋଜିତ ଥିଲେ। ଏହି ସମୟରେ ମାଟି ଅତଡ଼ା ଖସି ଯିବାରୁ ତାମିଲନାଡ଼ୁର ନିଆନ ବାଗ କୋଶଳ ଗଜ୍(୫୩), ତାଙ୍କ ଦୁଇ ପୁଅ ସନ୍ଦୀପ ପ୍ରସାଦ କୋଶଳ ଗଜ(୨୮) ଓ ଦୀପକ୍ କୋଶଳ ଗଜ(୨୪) ମାଟି ତଳେ ଚାପି ହୋଇ ଯାଇଥିଲେ। ଅନ୍ୟ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଆନ୍ ବାଗ ସବୁଠୁ ତଳେ ଚାପି ହୋଇଥିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ମ.ରାମପୁର ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ଗୁରୁତର ଦୁଇ ଭାଇଙ୍କୁ  ମ.ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ରଖା ଯାଇଥିବାବେଳେ ପୁଲିସ ଏସଆଇ ଶ୍ରୀରାଜ ପାଢ଼ୀ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

- Advertisement -

ସୂଚନାଯୋଗ୍ୟ, ୧୩୦ କୋଟି ଟଙ୍କାରେ ବ୍ୟାରେଜ୍ ନିର୍ମାଣ କରାଯାଇଛି ଏବଂ ୧୭୦ କୋଟି ଟଙ୍କାରେ କେନାଲ ନିର୍ମାଣ କରାଯାଇ ୫୦୦୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇବା ପାଇଁ ଏହି ବ୍ୟାରେଜର ନିର୍ମାଣ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories