www.samajalive.in
Tuesday, December 9, 2025
15.1 C
Bhubaneswar

ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଅଡୁଆରେ ପତଞ୍ଜଳି, ସୁପ୍ରିମକୋର୍ଟରେ ମାମଲା

ଡେସ୍କ: ଯୋଗଗୁରୁ ରାମଦେବଙ୍କ ମାଲିକାନାରେ ଥିବା ପତଞ୍ଜଳି ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପତଞ୍ଜଳିକୁ ଏହାର ଔଷଧ ଉତ୍ପାଦର ବିଜ୍ଞାପନ ଉପରେ ମଧ୍ୟ ଅଦାଲତ ରୋକ୍ ଲଗାଇଛନ୍ତି।

ଚମତ୍କାର କଲା ଜାପାନର ଚନ୍ଦ୍ରଯାନ ସ୍ଲିମ୍‌; ଜାଡ଼ ରାତିକୁ ମାତ୍‌ ଦେଇ ପୁଣି ହେଲା ସକ୍ରିୟ

- Advertisement -

ଆଲୋପାଥି ବିରୋଧରେ ମିଥ୍ୟା ସୂଚନା ପାଇଁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)ର ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ପତଞ୍ଜଳିକୁ କଡ଼ା ସମାଲୋଚନା କରିଛନ୍ତି। ମାମଲାର ଶୁଣାଣି କରି ଜଷ୍ଟିସ ଅମାନୁଲ୍ଲା କହିଛନ୍ତି, ବିଭ୍ରାନ୍ତିକର ବିଜ୍ଞାପନକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ।

ଆଇଏମଏ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିଏସ୍ ପାଟୱାଲିଆ କହିଛନ୍ତି ଯେ ପତଞ୍ଜଳି ଯୋଗ ସାହାଯ୍ୟରେ ମଧୁମେହ ଓ ଆଜମାକୁ ସମ୍ପୂର୍ଣ୍ଣ ଭଲ କରିବାକୁ ଦାବି କରିଛି। ଗତ ବର୍ଷ ନଭେମ୍ବରରେ ଆଇଏମ୍ଏ ପକ୍ଷରୁ କୋଭିଡ୍-୧୯ ଟିକାକରଣ ବିରୋଧରେ ଏକ ଅଭିଯାନ ଆୟୋଜନ କରାଯାଇଥିବା ନେଇ ଦାୟର ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ବିଭ୍ରାନ୍ତିକର ବିଜ୍ଞାପନ ସମସ୍ୟାର ମୁକାବିଲା ପାଇଁ ପରାମର୍ଶ ସହ କିଛି ସୁପାରିସ କରିବାକୁ କହିଥିଲେ।

ଫେବୃଆରୀରେ ଏହି ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିବା ବେଳେ ଖଣ୍ଡପୀଠ କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ସମସ୍ତ ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ପଡ଼ିବ। ଏହି ଅଦାଲତ ଏଭଳି ଉଲ୍ଲଂଘନକୁ ଅତି ଗମ୍ଭୀରତାର ସହ ନେବେ ଏବଂ ପ୍ରତ୍ୟେକ ଉତ୍ପାଦ ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରିବାକୁ ବିଚାର କରିବେ ଯାହା ଏକ ନିର୍ଦ୍ଦିଷ୍ଟ ରୋଗକୁ ଭଲ କରିପାରିବ ବୋଲି ମିଥ୍ୟା ଦାବି କରାଯାଉଛି।

ଏହି ୫ଟି ଉପାୟରେ ସେବନ କଲେ ତୁଳସୀ ପତ୍ର : ମିଳିବ ଅନେକ ଲାଭ..

କୋଭିଡ-୧୯ ମହାମାରୀ ସମୟରେ ଏଲୋପାଥି ଔଷଧର ବ୍ୟବହାର ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ଆଇଏମଏ ଦ୍ୱାରା ଦାୟର କରାଯାଇଥିବା ବିଭିନ୍ନ ଅପରାଧିକ ମାମଲାର ସମ୍ମୁଖୀନ ହୋଇ ରାମଦେବ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ, ଯାହା ଅକ୍ଟୋବର ୯ରେ କେନ୍ଦ୍ର ଏବଂ ଆସୋସିଏସନକୁ ମାମଲାଗୁଡ଼ିକର ସମୀକ୍ଷା ପାଇଁ ତାଙ୍କ ଆବେଦନ ଉପରେ ନୋଟିସ୍ ଜାରି କରାଯାଇଥିଲା।

ରାମଦେବଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୧୮୮, ୨୬୯, ୫୦୪ରେ ମାମଲା ରୁଜୁ ହୋଇଛି।

ଆଇଏମଏ ଅଭିଯୋଗ ଅନୁଯାୟୀ ରାମଦେବ ଡାକ୍ତରୀ ମହଲରେ ବ୍ୟବହାର କରାଯାଉଥିବା ଔଷଧ ବିରୋଧରେ ସୋସିଆଲ ମିଡିଆରେ ମିଥ୍ୟା ସୂଚନା ପ୍ରଚାର କରୁଥିଲେ। କୋର୍ଟ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫କୁ ଧାର୍ଯ୍ୟ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories