www.samajalive.in
Monday, December 8, 2025
27.1 C
Bhubaneswar

ପ୍ରମୋଦଙ୍କ ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ୍‌ କୀର୍ତ୍ତିମାନ୍

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ବିଜେତା ତଥା ଓଡିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ୫ମ ଥର ଲାଗି ବିଶ୍ବ ପାରା ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିଛନ୍ତି। ଏଥିସହିତ ପ୍ରମୋଦ ପାରା କିମ୍ବଦନ୍ତୀ ଲିନ୍ ଡାନ୍‌ଙ୍କ କୀର୍ତ୍ତିମାନ୍ ସହ ସମକକ୍ଷ ହୋଇପାରିଛନ୍ତି। ଥାଇଲାଣ୍ଡରେ ଚାଲିଥିବା ବିଶ୍ବ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍‌ର ଏସ୍‌ଏଲ୍‌-୩ ପୁରୁଷ ଏକକରେ ପ୍ରମୋଦ ଭଗତ ବିଜେତା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ରେ ହରାଇଛନ୍ତି । ପ୍ରଥମ ଦୁଇଟି ଗେମ ହାରିବା ପରେ ପ୍ରତ୍ୟାବର୍ତ୍ତନ କରି ପ୍ରମୋଦ ହ୍ୟାଟ୍ରିକ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । ଏଥିସହ ମୋଟ ୫ ଥର ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି । ପ୍ରମୋଦ ୨୦୦୯, ୨୦୧୫, ୨୦୧୯, ୨୦୨୨, ୨୦୨୪ରେ ୫ ଥର ଏସ୍‌ଏଲ୍ -୩ ପୁରୁଷ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରମୋଦଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭବିଷ୍ୟତ ପ୍ରତିଯୋଗୀତା ପାଇଁ ଶୁଭେଚ୍ଛା ଜଣାଇବା ସହ ଦେଶକୁ ଏଭଳି ଗର୍ବିତ କରୁଥାଓ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories