www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼: ଆସନ୍ତା ଜାନୁଆରୀ ୧୧ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଖୋଲା ରଙ୍ଗମଞ୍ଚରେ ଅନୁଷ୍ଠିତ ହେବାକୁ ଥିବା ୭୦ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ବିପୁଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମାର୍ଗଶିର ଶୁକ୍ଳପକ୍ଷ ପଞ୍ଚମୀ ତିଥିର ରାଜ ପୁରୋହିତଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଅମୃତ ଲଗ୍ନରେ ବୁଧବାର ଶୁଭସ୍ତମ୍ଭ ସ୍ଥାପନ ହୋଇଛି। ଏଥିପାଇଁ ପ୍ରଥମେ ବରଗଡ଼ର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବା ପରେ ଦେବୀଙ୍କ ଆଜ୍ଞାମାଳ ନେଇ ଏକ ଭବ୍ୟ ଶୋଭାଯାତ୍ରା ସମଲେଇ ମନ୍ଦିରରୁ ବାହାରିଥିଲା। ଏଥିରେ ପଶ୍ଚିମ ଓଡ଼ିଶାର ପୁରୁଣା ଲୋକ ସଂସ୍କୃତି ସଂଚାର, ସମ୍ପ୍ରଦା, ସଂର୍କୀର୍ତ୍ତନ, ବାଜା ପ୍ରଭୃତି ପରିବେଷଣ ସହ ଶୋଭାଯାତ୍ରାଟି ସମଲେଶ୍ୱରୀ ମନ୍ଦିରରୁ ବାହାରି ଲେଙ୍ଗୁମିଶ୍ର ଛକ, ଥାନାଛକ ଦେଇ ଦୈନିକ ବଜାରଠାରେ ଥିବା ସଂଚାର ମଣ୍ଡଳୀକୁ ପହଞ୍ଚିଥିଲା। ସେଠାରେ ମହାରାଜଙ୍କ ରାଜପୁରୋହିତ ପଣ୍ଡିତ ଶିବ ଶଙ୍କର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ପୂଜାରେ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ। ରାଜ ପୁରୋହିତଙ୍କ ଦ୍ୱାରା ସ୍ଥାନଶୁଦ୍ଧି ପରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଯେପରି କୌଣସି ବାଧାବିଘ୍ନ ନ ପହଞ୍ଚି ଆନନ୍ଦ ଓ ସଫଳତାର ସହିତ ଅନୁଷ୍ଠିତ ହେବ ଏହି କାମନା କରି ଅଷ୍ଟନାଗପୂଜା, ପୃଥିବୀ ପୂଜା, ଶୁଭସ୍ତମ୍ଭ ପୂଜା ଓ କପିକେତନବାନାର ଧ୍ୱଜପୂଜା ଅନୁଷ୍ଠିତ ହୋଇ ସଂଚାର ମଣ୍ଡଳୀ ପରିସରରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହି ଉତ୍ସବରେ ଚଳିତ ବର୍ଷ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପଧାନଙ୍କ ସମେତ ଧନୁଯାତ୍ରାର ଆବହକ ସୁରେଶ୍ୱର ଶତପଥି, କଳାକାର ଆବାହନ କମିଟି ସଂଯୋଜକ ଅଶୋକ ବେହେରା, ଅତିରିକ୍ତ ଜିଲାପାଳ ତପିରାମ ମାଝୀ, ବରଗଡ଼ ଉପଜିଲାପାଳ, ଅତିରିକ୍ତ ଏସ୍‍.ପି, ଏସ୍‍.ଡି.ପି.ଓ, ବରଗଡ଼ ପୌର ପରିଷଦର ନିର୍ବାହୀଯନ୍ତ୍ରୀ ତଥା ଜିଲା ପ୍ରଶାସନର ବହୁ ଅଧିକାରୀ ଏବଂ କଳାକାର, ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories