www.samajalive.in
Monday, December 8, 2025
27.1 C
Bhubaneswar

ସିଂହୀର ନାଁ ସୀତା ରଖିବାରୁ ଏଭଳି କହିଲେ ହାଇକୋର୍ଟ

କୋଲକାତା : ପଶ୍ଚିମବଙ୍ଗର ସଫାରୀ ପାର୍କରେ ରଖାଯାଇଥିବା ୨ ସିଂହଙ୍କ ନାଁ ଆକବର ଏବଂ ସୀତା ରଖିବା ମାମଲାରେ ହାଇକୋର୍ଟ ଶୁଣାଣି କରିଛନ୍ତି । ସିଂହୀର ନାଁ ସୀତା ରଖିବାକୁ ନେଇ ଆପତ୍ତି ଦର୍ଶାଇ ବିଶ୍ବ ହିନ୍ଦୁ ପରିଷଦ ହାଇକୋର୍ଟରେ ଯାଚିକା ଆବେଦନ କରିଛି । ଏହା ମଧ୍ୟରେ ଗୁରୁବାର ଶୁଣାଣି ସମୟରେ ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଉଭୟ ପଶୁଙ୍କ ନାଁ ବଦଳାଇ ଏମିତି ନାଁ ଦିଆଯାଉ ଯାହାକୁ ନେଇ ବିବାଦ ହେବନି । ଜଜ୍ କହିଛନ୍ତି କି ଦେବୀ ସୀତାଙ୍କୁ ଲୋକେ ପୂଜା କରନ୍ତି । ସେହିଭଳି ଆକବର ମଧ୍ୟ ଜଣେ ଦକ୍ଷ ଏବଂ ସଫଳ ମୋଗଲ ଶାସକ ଥିଲେ ।

ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ସିଂହ ଦ୍ବୟଙ୍କ ଏଭଳି ନାମକରଣକୁ ନେଇ ସଫେଇ ଦେଇଛନ୍ତି । ଓକିଲ ଦର୍ଶାଇଛନ୍ତି କି ତାଙ୍କ ନାଁ ତ୍ରିପୁରାରେ ରଖାଯାଇଥିଲା । ଏହା ପରେ ତାଙ୍କୁ ସିଲିଗୁଡିକୁ ସ୍ଥାନାନ୍ତର କରାଯାଇଥିଲା । ତେବେ କୋର୍ଟ କହିଛନ୍ତି କି ଯଦି ବି ନାଁ ତ୍ରିପୁରାରେ ରଖାଯାଇଥିଲା, କିନ୍ତୁ ଏବେ ନାଁ ପରିବର୍ତ୍ତନ କରାଯିବ । କୋର୍ଟ ଏହା ମଧ୍ୟ କହିଛନ୍ତି କି ‘ ଆପଣ କଣ ପୋଷା ଜୀବଙ୍କ ନାଁ ହିନ୍ଦୁ ଦେବାଦେବୀ ନାଁ ଉପରେ ରଖିବେ ? ଯଦି ଆମ ପାଖରେ ଅଧିକାର ଥାନ୍ତା ତେବେ ଆମ ଭିତରୁ କେହି  ନିଜ ପୋଷା ଜନ୍ତୁଙ୍କ ନାଁ ଏମିତି ରଖିନଥାନ୍ତେ । ଆପଣ କଣ କୌଣସି ଜୀବର ନାଁ ରବିନ୍ଦ୍ରନାଥ ଟାଗୋର ରଖିପାରିବେ କି ?’

- Advertisement -

ଏହା ସହ କୋର୍ଟ ଅନ୍ୟ କିଛି ନାଁ ଉଦାହରଣ ଦେଇ କହିଛନ୍ତି କି ଆପଣ ଚାହିଁଲେ ସିଂହ ନାଁ ବିଜୁଳି କିମ୍ବା ଅନ୍ୟ କିଛି ରଖିପାରିବେ । କିନ୍ତୁ ସୀତା ଏବଂ ଆକବର ନାଁ ରଖିବା ଶୋଭନୀୟ ନୁହେଁ । କହିରଖୁଛୁ ବିଶ୍ବ ହିନ୍ଦୁ ପରିଷଦ ଏହି ମାମଲାରେ ଆବେଦନ କରି ଅଭିଯୋଗ ଲଗାଇଥିଲା କି ଏଭଳି ନାମକରଣ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଉଛି । ଏହା ବ୍ୟତୀତ ଏଭଳି ନାମକରଣ ଯୋଗୁଁ ଧର୍ମର ଉଲ୍ଲଙ୍ଘନ ହେଉଥିବା ଦର୍ଶାଇଥିଲା ବିଶ୍ବ ହିନ୍ଦୁ ପରିଷଦ ।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories