www.samajalive.in
Wednesday, December 10, 2025
26.1 C
Bhubaneswar

୨୦ ଟଙ୍କାରେ ୨ ଲକ୍ଷ ଟଙ୍କାର ଜୀବନ ବୀମା: ବୟସ ସୀମା ୧୮ରୁ ୭୦

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଚଲାଯାଉଛି ।  ଏଥିରେ ୨୦ ଟଙ୍କା ବାର୍ଷିକ ଅର୍ଥାତ୍ ୨ ଟଙ୍କା ମାସିକରୁ ମଧ୍ୟ କମ୍ ଖର୍ଚ୍ଚରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ମିଳୁଛି । ଏହି ବୀମା ଯୋଜନାରେ ଲାଭାର୍ଥୀଙ୍କୁ କୌଣସି ବି ପ୍ରକାରେ ମୃତ୍ୟୁ ହେଲେ ନୋମିନି ବା ପରିବାରକୁ ୨ ଲକ୍ଷ ଟଙ୍କାର ରାଶି ମିଳିଥାଏ । ଏଥିରେ ବୀମା କ୍ରୟ ପାଇଁ କୌଣସି ମେଡିକାଲ ଯାଞ୍ଚର ଆବଶ୍ୟକ ନାହିଁ । ଆସନ୍ତୁ ଜାଣିବା ଏହି ଯୋଜନା ସମ୍ପର୍କରେ…

ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା

- Advertisement -

ଦୁର୍ଘଟଣାରେ ସ୍ଥାୟୀ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ହେବା ପରିସ୍ଥିତିରେ ୨ ଲକ୍ଷ ଟଙ୍କାର ସହାୟତା ରାସି ପୈଠ କରାଯିବ । ସାମାନ୍ୟ ଦିବ୍ୟାଙ୍ଗ ପରିସ୍ଥିତିରେ ୧ ଲକ୍ଷ ଟଙ୍କା ମିଳିବ ।

କିଏ ନେଇପାରିବ ଏହାର ଲାଭ

ଆବେଦକଙ୍କ ବୟସ ଅତିକମରେ ୧୮ ବର୍ଷ ହେବା ଉଚିତ୍ । ସେହିଭଳି ସର୍ବାଧିକ ୭୦ ବର୍ଷ ପର୍ଯ୍ୟନ୍ତ ଲୋକ ଏହି ବୀମାର ଲାଭ ନେଇପାରିବେ । ବୀମା କଭରର ଅବଧି ଏକ ବର୍ଷ, ଯାହା ୧ ଜୁନରୁ ୩୧ ମେ ପାଇଁ ହେବ ।

କେଉଁଠୁ ନେଇପାରିବେ ଯୋଜନାର ଲାଭ

ସାର୍ବଜନିକ କ୍ଷେତ୍ରର ବୀମା କମ୍ପାନୀମାନଙ୍କ ମାଧ୍ୟମରେ ଏହି ଯୋଜନା ଅନୁସାରେ ବୀମା କରାଇହେବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଲାଭ ବ୍ୟାଙ୍କର କୌଣସି ବି ଶାଖାରୁ ନେଇହେବ । ତେବେ ଏଥିପାଇଁ ଆପଣଙ୍କର ସେହି ବ୍ୟାଙ୍କରେ ଆକାଉଣ୍ଟ ଥିବା ଆବଶ୍ୟକ ।

ପ୍ରତି ବର୍ଷ ୩୧ ମେ ମାସରେ ‘ଅଟୋ ଡେବିଟ୍’ ସୁବିଧା ଜରିଆରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୦ ଟଙ୍କାର ପ୍ରିମିୟମ୍ କଟିଯିବ । ଆକାଉଣ୍ଟରେ ପଲିସି ରିନ୍ୟୁ ପାଇଁ ପର୍ଯ୍ୟାପ୍ତ ବାଲାନ୍ସ ନଥିଲେ ପଲିସି ରଦ୍ଦ ହୋଇଯିବ । ପ୍ରିମିୟମ୍ ପ୍ରାପ୍ତ ହେବା ପରେ ପଲିସିକୁ ଚାଲୁ କରିଦିଆଯିବ । ସେହିଭଳି ଦୁର୍ଘଟଣାର ୩୦ ଦିନ ଭିତରେ ପଇସା ଦାବି କରାଯିବା ଆବଶ୍ୟକ ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories