ରାଜଗାଙ୍ଗପୁର : ଛୁରୀ ମୁନରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଗୁରୁବାର ଦିନ ଦଶଟାରେ ଲୁଟ୍ ହୋଇଛି। ରାଜଗାଙ୍ଗପୁର ପଦାଜାମପାଲି ଦଶ ନମ୍ବର ରାଜପଥରେ ଥିବା ରାୟ ଫିଲିଙ୍ଗ ସେଣ୍ଟର ପେଟ୍ରୋଲ ପମ୍ପର କର୍ମଚାରୀ ଅନିଲ ତିୱାରୀ ଦିନ ଦଶଟାରେ ପାଖାପାଖି ଦୁଇ ଲକ୍ଷ ଟଙ୍କା ନେଇ ରାଜଗାଙ୍ଗପୁର ବ୍ୟାଙ୍କକୁ ଜମା କରିବାକୁ ଆସୁଥିଲେ । ଏହି ସମୟରେ ଲୋମଲୋଇ ନିକଟରେ ଚାରି ଜଣ ଯୁବକ ତାକୁ ଅଟକାଇ ଛୁରୀ ଦ୍ୱାରା ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି। ଆହତ ଅନିଲଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବାପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



