www.samajalive.in
Monday, December 8, 2025
17.1 C
Bhubaneswar

ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି-ବିଜେଡ଼ି ବାହାଘର

ଫୁଲବାଣୀ: ବିଜେଡି-ବିଜେପି ମଧ୍ୟରେ ରହିଥିବା ସମ୍ପର୍କକୁ ଲୋକଲୋଚନକୁ ଆଣିବା ପାଇଁ କଂଗ୍ରେସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିଜେପି-ବିଜେଡି ବିବାହ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ବିଗତ ଦିନରେ ରାଜ୍ୟସଭା ପାଇଁ ବଜେପି ପାର୍ଥି ଅଶ୍ୱିନ ବୈଷ୍ଣବଙ୍କୁ ବିଜେଡ଼ିର ଖୋଲା ସମର୍ଥନ ଉଭୟ ଦଳ ମଧ୍ୟରେ ରହିଥିବା ଭିତିରିଆ ସମ୍ପର୍କର ପ୍ରମାଣ ବୋଲି କହିଛି କଂଗ୍ରେସ। ଉଭୟ ବଜେପି, ବିଜେଡି ନିଜ ନିଜ ଦଳର ସୁବିଧା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ମିଛ କହି ଚାଲିଛନ୍ତି, କିନ୍ତୁ ଭିତରେ ଏକ ହୋଇ ରହିଛନ୍ତି। ଏହାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ସେମାନଙ୍କ ଏହି ଅଘୋଷିତ ସମ୍ପର୍କକୁ ପଦାକୁ ଆଣିବା ପାଇଁ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ାଙ୍କ ନେତୃତ୍ୱରେ ଏହି କାର୍ୟ୍ୟକ୍ରମ ଫୁଲବାଣୀ ବ୍ଲକ ସଭାପତି ପ୍ରତିଭା କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories