www.samajalive.in
Sunday, December 7, 2025
14.1 C
Bhubaneswar

ଶସ୍ତା ସୁନା କିଣିବାର ସୁଯୋଗ ; ଏକ ଗ୍ରାମ୍‌‌ ପାଇଁ ମାତ୍ର ଏତିକି ଟଙ୍କା, ସରକାର ଦେବେ ଏହି ରିହାତି..

ନୂଆଦିଲ୍ଲୀ : ଶସ୍ତା ସୁନା କିଣିବେ କି? ମୋଦୀ ସରକାର ସୋମବାର ଠାରୁ ୫୦୦ ଟଙ୍କା ଛାଡ ସହ ‘ଶସ୍ତା’ସୁନା କିଣିବା ପାଇଁ ସୁଯୋଗ ଦେଉଛନ୍ତି। ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ସୋମବାର ଠାରୁ ସରକାର ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି। ଆପଣ ଏହି ସୁନାକୁ ରିହାତି ହାରରେ ପାଇବେ। ସଭରେନ୍‌‌ ଗୋଲ୍ଡ ବଣ୍ଡ ସ୍କିମ୍ (Sovereign Gold Bond Scheme) ୨୦୨୩-୨୪ ସିରିଜ୍ -୪ ଫେବ୍ରୁଆରୀ ୧୨-୧୬, ୨୦୨୪ ମଧ୍ୟରେ ନିବେଶ ପାଇଁ ଖୋଲା ରହିବ।

ଏଥିପାଇଁ ଇସୁ ମୂଲ୍ୟ ଗ୍ରାମ ପିଛା ୬,୨୬୩ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଯୋଜନାରେ ନିବେଶ କରି ସୁଧ ହାସଲ ହେବ ଏବଂ ଜିଏସ୍ଟି ମଧ୍ୟ ସଞ୍ଚୟ ହେବ। ଗୋଲ୍ଡ ବଣ୍ଡ ସ୍କିମର ରିଟର୍ନ ଉତ୍କୃଷ୍ଟ ହୋଇଛି। ଏହି କାରଣରୁ, ନିବେଶକମାନେ ବହୁ ସଂଖ୍ୟାରେ ଏଥିରେ ବିନିଯୋଗ କରିବାକୁ ଚାହାଁନ୍ତି। ଅନଲାଇନ୍ ଆବେଦନ କରୁଥିବା ଏବଂ ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ୍ କରୁଥିବା ନିବେଶକଙ୍କୁ ମୂଲ୍ୟରୁ ଗ୍ରାମ ପିଛା ୫୦ ଟଙ୍କା ରିହାତି ଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

- Advertisement -

ଏହି ସୁନାର ବିଶେଷତ୍ୱ ହେଉଛି ଚୋର ଏହାକୁ ଚୋରି କରି ପାରିବ ନାହିଁ ଓ କୌଣସି ସୁନା ଦୋକାନୀ ଏଥିରୁ ଟଙ୍କା କାଟିବେ ନାହିଁ।  ଘରେ ବସି ମଧ୍ୟ ଏହାକୁ କିଣିପାରିବେ।

୧୨ରୁ ୧୬ ଫେବ୍ରୁଆରୀ ପର୍ଯ୍ୟନ୍ତ ଗୋଲ୍ଡ ବଣ୍ଡରେ ନିବେଶ କରି ପାରିବେ। ସୋମବାର ଠାରୁ ୫ ଦିନ ପର୍ଯ୍ୟନ୍ତ ହେବ। ଆରବିଆଇ ଏହାର ମୂଲ୍ୟ ୬,୨୬୩ ଟଙ୍କା ପ୍ରତି ଗ୍ରାମ ସ୍ଥିର କରିଛି। ଅର୍ଥାତ ୧୦ ଗ୍ରାମ ସୁନା ପାଇଁ ଆପଣଙ୍କୁ ୬୨୬୩୦ ଟଙ୍କା ଦେବାକୁ ପଡିବ।

ଆରବିଆଇ ଅନୁସାରେ ଅନ୍‌‌ଲାଇନ କିମ୍ବା ଡିଜିଟାଲ ମାଧ୍ୟମରେ ଗୋଲ୍ଡ ବଣ୍ଡ ପାଇଁ ଆବେଦନ ଓ ଟଙ୍କା ଜମା କରୁଥିବା ନିବେଶଙ୍କୁ ୫୦ ଟଙ୍କା ପ୍ରତି ଗ୍ରାମରେ ଛାଡ୍‌‌ ମିଳିବ। ଅର୍ଥାତ ୧୦ ଗ୍ରାମ ସୁନାରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଛାଡ ମିଳିବ। ଏମାନଙ୍କୁ ୬,୨୧୩ ଟଙ୍କା ପ୍ରତି ଗ୍ରାମରେ ମିଳିବ। ଗୋଲ୍ଡ ବଣ୍ଡରେ ନିବେଶ କରିବା ପାଇଁ ଅତି କମ୍‌‌ରେ ୧ ଗ୍ରାମ ସୁନା କିଣିବାକୁ ପଡିବ। ଯେକୌଣସି ବ୍ୟକ୍ତି ଥରକେ ଏକ ଗ୍ରାମରୁ ଅଧିକ ୫୦୦ ଗ୍ରାମ ପର୍ଯ୍ୟନ୍ତ କିଣିପାରିବେ।

ଗୋଲ୍ଡ ବଣ୍ଡରେ ଅନଲାଇନ ଓ ଅଫଲାଇନ ଉଭୟ ନିବେଶର ସୁବିଧା ରହିଛି। ଯଦି କୌଣସି ବ୍ୟକ୍ତି ଅଫଲାଇନରେ ନିବେଶ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ନାସିକ ବ୍ୟାଙ୍କ ଶାଖାକୁ ଯାଇ ଫର୍ମ ପୂରଣ କରିବାକୁ ପଡିବ। ଏହା ବ୍ୟତୀତ ଅନଲାଇନ ମାଧ୍ୟମରେ ନିବେଶ କରିବାକୁ ଥିବା ଇଚ୍ଛୁକ ବ୍ୟକ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ଅନ୍ୟ ବ୍ୟାଙ୍କର ୱେବସାଇଟ୍‌‌ ଜରିଆରେ ଗୋଲ୍ଡ ବଣ୍ଡ କିଣିବା ପାଇଁ ଆବେଦନ କରିପାରିବେ।

ଆରବିଆଇ ଏହାର ବିକ୍ରି ପାଇଁ ଏସବିଆଇ, ପିଏନବି,ଏଚଡିଏଫସି ଓ ଆଇସିଆଇସିଆଇ ସମେତ କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କ ଓ ପୋଷ୍ଟ ଅଫିସ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ, କ୍ଲିୟରିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ତଥା ସ୍ୱୀକୃତିପ୍ରାପ୍ତ ଷ୍ଟକ୍‌‌ ଏକ୍ସଚେଞ୍ଜ ଏନଏସସି ଓ ବିଏସସି ଆଦି ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories