www.samajalive.in
Tuesday, December 9, 2025
17.1 C
Bhubaneswar

ପିକଅପ ଓଲଟି ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଭବାନୀପାଟଣା : ଗୋଲାମୁଣ୍ଡା ବ୍ଲକ୍ ଡୋକରି ପଡା ନିକଟରେ ପିକଅପ ଭ୍ୟାନ ଓଲଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଗତକାଲି ଧର୍ମଗଡ ଏବଂ ଜୁନାଗଡ଼ ଡାକ୍ତରଖାନାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଜଣେ ଏବଂ ବୁର୍ଲା ମେଡିକାଲରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତକାଲି ଧର୍ମଗଡ ଡାକ୍ତରଖାନା ରେ ମନମୋହନ ବିଶ୍ଵାଳ (୨୭) ଏବଂ ଜୁନାଗଡ଼ ଡାକ୍ତରଖାନାରେ ତାଙ୍କ ସ୍ତ୍ରୀ ମଞ୍ଜୁଳା ବିଶ୍ଵାଳ (୨୬ ) ମୃତ୍ୟୁ ବରଣ କରିଥିଲେ। ଉଭୟଙ୍କର ଦେଢ଼ ବର୍ଷର ଗୋଟାଏ ପୁଅ ଯୁଗାନ୍ତ ବିଶ୍ଵାଳ ଥିବା ଜଣାପଡିଛି।
ତେବେ ଗତ ରାତିରେ ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରାସ୍ତାରେ ପ୍ରମିଳା ଚଲାନ (୨୦)ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିଭଳି ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସୁକାନ୍ତି ମାଝି (୩୫)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜୁନାଗଡ଼ ଏବଂ ଧର୍ମଗଡ ଡାକ୍ତରଖାନାରେ ମନ ମୋହନ ଏବଂ ମଞ୍ଜୁଳାଙ୍କ ଶବ ବ୍ୟବଚ୍ଛେଦ ଚାଲିଛି। ସ୍ଥାନୀୟ ଏସଆରଏମ ମେଡିକାଲ୍ କଲେଜ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୬ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଜୁନାଗଡ଼ ଡାକ୍ତରଖାନାରେ ୧୨ ଜଣଙ୍କ ଚିକିତ୍ସା ଚାଲିଛି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories