www.samajalive.in
Monday, December 8, 2025
17.1 C
Bhubaneswar

ଯନ୍ତ୍ରଣାରେ ଯୁବକ, ଚିକିତ୍ସା ପାଇଁ ଅର୍ଥ ବାଧକ

କଲମପୁର: କିଡନି ଏବଂ ଲିଭରଜନିତ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ଜନୈକ ଯୁବକ। କିନ୍ତୁ ତାର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ରିବାର ଲୋକ ମଧ୍ୟ ଅସହାୟ ହେଇ ପଡ଼ିଛନ୍ତି। ଘରର ଏକମାତ୍ର ରୋଜଗାରକ୍ଷମ ଯୁବକ ଏବେ ରୋଗ ଶଯ୍ୟାରେ। ତେଣୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଇ ପଡ଼ିଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ହାରାମାଲ ଗ୍ରାମର ବୈଲୋଚନ ସୁନାନୀ ନାମକ ୩୦ ବର୍ଷିୟ ଯୁବକ ଏବେ କିଡନି ଏବଂ ଲିଭର ରୋଗରେ ଆକ୍ରାନ୍ତ। ଘରେ ତାର ବିଧବା ବୃଦ୍ଧା ମାଁ, ଦୁଇ ନାବାଳକ ଶିଶୁ ଓ ପତ୍ନୀ ପ୍ରିତି। ଏହି ପରିବାର ହସ ଖୁସିରେ ଦିନ ଅତିବାହିତ କରି ଆସୁଥିଲେ। ହଠାତ୍‌‌ ବୈଲୋଚନ ଅସୁସ୍ଥତା ଅନୁଭବ କରିଥିଲା। କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୈଲୋଚନର କିଡିନି ସଂକ୍ରମିତ ହେଇଥିବା ଜଣା ପଡ଼ିବା ସହ ଲିଭର ସମସ୍ୟା ରହିଥିବା ଡାକ୍ତର ସୂଚନା ଦେଇଥିଲା। ଏହାପରେ ବୁର୍ଲା ସ୍ତାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ବୈଲୋଚନ ଭୂମିହୀନ ପରିବାରର ସଦସ୍ୟ। ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳେ। ଏଭଳି ସ୍ଥିତିରେ ତାର ଅଧିକ ଚିକିତ୍ସା ପାଇଁ ବୁର୍ଲା ନେବା ପରିବର୍ତେ ଘରକୁ ଫେରାଇ ଆଣିଲେ ପରିବାର ଲୋକ। ଏବେ ନିଜ ଘରରେ ପଡ଼ି ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories