www.samajalive.in
Tuesday, December 9, 2025
16.1 C
Bhubaneswar

୧୨ପରିବାର ସାମାଜିକ ବାସନ୍ଦର ଶିକାର, ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କର ନିକଟରେ  ଅଭିଯୋଗ 

ନବରଙ୍ଗପୁର:   ଗ୍ରାମ କମିଟିର କଙ୍ଗାରୁ ଶାସନ   ଯୋଗୁଁ  ୧୨ ପରିବାର  ଦୀର୍ଘ ୬ ମାସରୁ ଉର୍ଦ୍ଧ ହେବ ସାମାଜିକ ବାସନ୍ଦ ର ଶିକାର  ହୋଇଛନ୍ତି` ସ୍ଥାନୀୟ ପ୍ରଶାସନ ଏଥିପ୍ରତି  କୌଣସି ପଦକ୍ଷେପ ନ ନେବାରୁ  ସେମାନେ  ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ପୀଡିତ  ୧୨ଟି  ପରିବାର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ହାତୀବେନା ଡିଏନ କେ  ଗ୍ରାମରେ। ଏହି ଗ୍ରାମରେ ୫୦ ରୁ  ଉର୍ଦ୍ଧବର୍ଷ ଧରି ବସବାସ କରି ଆସୁଥିବା ୧୨ ଟି  ପରିବାର ନିକଟରେ କେନ୍ଦ୍ର ସରକାରଙ୍କର  କଳା ବହି  ଓ ଜମି ପଟ୍ଟା ନଥିବା ବେଳେ ଦିନମଜୁରିଆ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଆସୁଥିଲେ। କିନ୍ତୁ ଗ୍ରାମର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପ ରେ ଅତିଷ୍ଟ ହୋଇ ଏବେ ବାସହରା ହେବାକୁ ବସିଛନ୍ତି ଏହି ପରିବାର। ଗ୍ରାମ କମିଟି ର କଙ୍ଗାରୁ ଶାସନରେ ଜମିରୁ ବେଦଖଲ କରିବାର ନିର୍ଦେଶ ନମାନିବାରୁ ୬ମାସରୁ ଉର୍ଦ୍ଧ ହେବ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ସେମାନେ।

ସାମାଜିକ ବାସନ୍ଦ ଫଳରେ ସ୍ଥାନୀୟ ଦୋକାନରୁ ସଉଦା କିଣିବା, ପାନୀୟ ଜଳ, ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ଏବଂ ଗ୍ରାମର କୌଣସି ପୂଜାପାଠ ଓ ସଂ।ସ୍କୃତିକ କାର୍ଯ୍ୟକ୍ରମରୁ ବାଦ ପଡିଛନ୍ତି ଏହି ପରିବାର।  ଏହାକୁ ନେଇଁ ପୀଡିତା ପରିବାରମାନେ ବାରମ୍ବାର ରାଇଘର ତହସିଲ କାର୍ଯ୍ୟାଳୟ , ବ୍ଲକ କାର୍ଯ୍ୟାଳୟ ଏବଂ ଥାନା ର ଦ୍ୱାରସ୍ଥ ହୋଇଥିବା ବେଳେ ସେମାନଙ୍କୁ ଓଲଟା ସ୍ଥାନୀୟ ପ୍ରଶାସନ ର ଆକ୍ରୋଶର ଶିକାର ହୋଇଥିବା ଯୋଗୁଁ   ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଏବଂ  ନବରଙ୍ଗପୁର ଆରକ୍ଷୀ ଅଧ୍ୟକ୍ଷକ  ରୋହିତ ବର୍ମା ଙ୍କ  ନିକଟରେ ଦ୍ୱାରସ୍ଥ ହୋଇ ଗୁହାରୀ ଜଣାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ଯାହାକୁ ନେଇ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ  ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶୃତି ଦେଇଥିବା ପୀଡିତ ପରିବାରର  ଭରତ ମଲ୍ଲିକ,  ବିନୋଦିନୀ ସରକାର   ଆରତୀ ମଲ୍ଲିକ  ପ୍ରମୁଖ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories