www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦୀ – ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ହେଉଛି ୨୦୨୪ ବଜେଟ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରର ରେମେଡ଼ ଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ପ୍ରଥମେ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଆଜି ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ କାରଣ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସେ କହିଛନ୍ତି, ଆଡଭାନୀ ଭାରତକୁ ପରିବାରବାଦୀ ରାଜନୀତି ଠାରୁ ମୁକ୍ତ କରି ରାଷ୍ଟ୍ରବାଦୀ ବିଶ୍ୱାସ ସହ ଯୋଡ଼ିଥିଲେ।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୨୪ ବଜେଟରେ ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଦିଆଯାଇଛି। ବଜେଟ ସମସ୍ତଙ୍କ ବିକାଶର ଗ୍ୟାରେଣ୍ଟି ଦେଉଛି ଏବଂ ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ଦେଶର ସମସ୍ତଙ୍କ ପାଇଁ ପକ୍କା ଘର। ଏହି ବଜେଟରେ କୃଷକ ମାନଙ୍କ ବିକାଶ ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଷୟ ଉପସ୍ଥାପନ କରି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ବର୍ଗର ଲୋକମାନଙ୍କ ପାଇଁ ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ କୃଷକ ଲାଭ ପାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶେଷ କରି କୃଷକ ଓ ମତ୍ସ୍ୟଜୀବୀଙ୍କ ପାଇଁ ଆଧୁନିକ ଯନ୍ତ୍ରପାତି ବ୍ୟବସ୍ଥା କରାଇବା ଲାଗି ସରକାର ସବୁବେଳେ ଚେଷ୍ଟିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସ୍ୱାଧୀନତାର ୫୦ ବର୍ଷ ପରେ ଦେଶର ଯେଉଁ ଅଂଚଳକୁ ବିଦ୍ୟୁତ ଆଲୋକ ପହଂଚି ପାରିନଥିଲା, ଆଜି ସେହିସବୁ ଅଂଚଳରେ ବିଦ୍ୟୁତ ସଂଯୋଗ ପହଂଚିଛି ଓ ଆଗାମୀ ଦିନରେ ମାଗଣା ବିଦ୍ୟୁତ ପାଇଁ ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦୀ କହିଛନ୍ତି, ଗତ ୧୦ ବର୍ଷରେ ଓଡ଼ିଶାର ୨୫ ଲକ୍ଷରୁ ଅଧିକ ପରିବାର ବିଦ୍ୟୁତ ସଂଯୋଗ ପାଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories