www.samajalive.in
Monday, December 8, 2025
27.1 C
Bhubaneswar

ପୁରୁଷ ହକି ବିଶ୍ୱକପ୍‍ : ମାଲେସିଆ-ଜର୍ମାନୀ ଏବଂ ନେଦରଲାଣ୍ଡ-ପାକିସ୍ତାନ ମଧ୍ୟରେ ମୁକାବିଲା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‍ର ପୁଲ୍‍ ‘ଡି’ର ଅନ୍ତିମ ଲିଗ୍‍ ମ୍ୟାଚରେ ରବିବାର ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି।
ସନ୍ଧ୍ୟା ପାଞ୍ଚଟାରେ ମାଲେସିଆ ଓ ଜର୍ମାନୀ ମଧ୍ୟରେ ପ୍ରଥମ ମ୍ୟାଚ୍‍ ଅନୁଷ୍ଠିତ ହେବାକୁ ଥିବାବେଳେ ରାତି ୭ଟାରେ ନେଦରଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ।

ପୁଲ୍‍ ‘ଡି’ରେ ଜର୍ମାନୀ କ୍ୱାର୍ଟରଫାଇନାଲର ନିକଟତର ହୋଇଥିବା ବେଳେ ଅନ୍ୟ ୩ ଦଳ ନେଦରଲାଣ୍ଡ୍‍ସ, ମାଲେସିଆ ଓ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ପଏଣ୍ଟ ତାଲିକାର ୩ୟ ସ୍ଥାନରେ ଥିବା ପାକିସ୍ତାନ ଓ ଅନ୍ତିମ ସ୍ଥାନରେ ଥିବା ମାଲେସିଆ ଲାଗି ଉକ୍ତ ମ୍ୟାଚ ଅଧିକ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦଳକୁ ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ହେଲେ ଅନ୍ତିମ ମ୍ୟାଚରେ ବିଜୟ ନିଶ୍ଚିତ ଆବଶ୍ୟକତା ରହିଛି। ପାକିସ୍ତାନ ପ୍ରଥମ ମ୍ୟାଚରେ ଜର୍ମାନୀ ନିକଟରୁ ୧-୦ ଗୋଲରେ ପରାଜିତ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ମାଲେସିଆ ସହିତ ୧-୧ ଗୋଲ ବରାବର ରଖିଥିଲା। ଅନ୍ତିମ ଲିଗ୍‍ ମ୍ୟାଚ ଦଳ ନେଦରଲାଣ୍ଡ୍‍ସ ବିପକ୍ଷରେ ଖେଳିବ। ଅଧିନାୟକ ମହମ୍ମଦ ରିଜ୍‍ୱାନ ସିନିୟର ଆହତ ହୋଇ ବିଶ୍ୱକପରୁ ବାଦ୍‍ ପଡ଼ିଛନ୍ତି। ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ନେଦରଲାଣ୍ଡ୍‍ସ ବିପକ୍ଷରେ ପାକିସ୍ତାନ ବିଜୟୀ ହେବା କଷ୍ଟକର ମନେହେଉଛି। ଦଳ ପ୍ରଥମ ଦୁଇ ମ୍ୟାଚରେ ସେଭଳି ଉନ୍ନତ ଖେଳ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।

- Advertisement -

ଗତକାଲି ଅନୁଷ୍ଠିତ ପୁଲ୍‍-ସିର ଏକ ମ୍ୟାଚରେ ଭାରତ କାନାଡାକୁ ୫-୧ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‍କୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ସହ ବେଲଜିୟମ ତିନିଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି। ତେବେ  କାନାଡାକୁ ୫-୧ ଗୋଲରେ ପରାସ୍ତ କରି ଉନ୍ନତ ଗୋଲ ବ୍ୟବଧାନ ଭିତ୍ତିରେ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ଅର୍ଜନ କରିଥିବାବେଳେ ବେଲଜିୟମକୁ କ୍ରସଓଭର ପର୍ଯ୍ୟାୟରେ ସନ୍ତୁଷ୍ଟ ହେବାକୁ ପଡିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories