www.samajalive.in
Tuesday, December 9, 2025
15.1 C
Bhubaneswar

ଏହି ସ୍ଥାନରେ ରଖିଲେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ; ମିଳିବ ଶୁଭଫଳ

ଗୃହର ଏହି ସ୍ଥାନରେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ପ୍ରତ୍ୟେକଙ୍କ ଏହି ଇଚ୍ଛା ଥାଏ, ତାଙ୍କ ଘର ପରିବାରରେ ଖୁସିର ବାତାବରଣ ରହୁ। ଏଥିପାଇଁ ଲୋକେ ପୂଜାପାଠ ସହ ହୋମ ଯଜ୍ଞ ମଧ୍ୟ କରିଥାଆନ୍ତି। ଘରେ ସୁଖଶାନ୍ତି ଓ ହସଖୁସି ପାଇଁ ବାସ୍ତୁ ଶାସ୍ତ୍ରର ମୁଖ୍ୟ ଭୂମିକା ରହିଛି। ଏହାମଧ୍ୟରେ ଗୃହରେ ସଠିକ୍‌‌ ସ୍ଥାନରେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ୱାରା ପରିବାରରେ ସୁଖଶାନ୍ତି ,ସମୃଦ୍ଧି ବୃଦ୍ଧି ହୋଇଥାଏ।
ଘରର ପ୍ରବେଶ ଦ୍ୱାରରେ ରକ୍ଷା ମୁଦ୍ରାରେ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ୱାରା ଶୁଭଫଳ ମିଳିଥାଏ। ଏହି ମୁଦ୍ରାରେ ଭଗବାନ ବୁଦ୍ଧଙ୍କ ଗୋଟିଏ ହସ୍ତ ଆଶୀର୍ବାଦ ଓ ଅନ୍ୟ ହାତ ରକ୍ଷା କରିବାର ପ୍ରତୀକ।
ମାତ୍ର ବୁଦ୍ଧଙ୍କ ମୂର୍ତ୍ତି କଦାପି ଭୂମି ଉପରେ ରଖନ୍ତୁ ନାହିଁ।
ବାସ୍ତୁ ଅନୁଯାୟୀ, ଲିଭିଙ୍ଗ୍‌‌ ରୁମ୍‌‌ରେ ଡାହାଣ ଆଡକୁ ଥିବା ବୁଦ୍ଧଙ୍କ ପ୍ରତିମାକୁ ପଶ୍ଚିମ ଆଡକୁ ମୁହଁ କରି ରଖିବା ଦ୍ୱାରା ଶୁଭଙ୍କର ହୋଇଥାଏ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବଗିଚାରେ ସ୍ୱଚ୍ଛ ସ୍ଥାନରେ ଧ୍ୟାନ ମୁଦ୍ରାରେ ଥିବା ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଶୁଭଙ୍କର। ଏହାଦ୍ୱାରା ଆଖପାଖ ଅଞ୍ଚଳରେ ଶାନ୍ତି ପରିବେଶ ରହିଥାଏ।
ବାସ୍ତୁ ଅନୁଯାୟୀ, ଧ୍ୟାନ ମୁଦ୍ରାରେ ବୁଦ୍ଧଙ୍କ ମୂର୍ତ୍ତି ପୂଜା କକ୍ଷରେ ରଖିବା ଦ୍ୱାରା ଶୁଭଙ୍କର ହୋଇଥାଏ। ଏହାଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ।
ବୁଦ୍ଧଙ୍କ ପ୍ରତିମାର ମୁହଁ ପୂର୍ବ ଦିଗକୁ ରଖନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ।
ପିଲାଙ୍କ କକ୍ଷରେ ବୁଦ୍ଧଙ୍କ ମୂର୍ତ୍ତିକୁ ଏପରି ରଖନ୍ତୁ ଯେପରି ଏହା ପୂର୍ବ ଦିଗ ଆଡକୁ ମୁହଁ କରି ରହିବ। ଶୋଇଥିବା ଅବସ୍ଥାରେ କିମ୍ବା ଛୋଟ ଆକୃତିର ମୂର୍ତ୍ତି ରଖିବା ମଧ୍ୟ ଶୁଭଙ୍କର।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories