www.samajalive.in
Monday, December 8, 2025
27.1 C
Bhubaneswar

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର ; ଭାଲେଣ୍ଟାଇନ୍ ଓ୍ବିକରେ ପରଦାକୁ ଆସିବ “ଆଶିକ୍ ସରେଣ୍ଡର ହେଲା”

ଭୁବନେଶ୍ବର : ଭାଲେଣ୍ଟାଇନ୍ ଓ୍ବିକରେ ଓଡିଆ ସିନେ ପ୍ରେମୀଙ୍କ ପାଇଁ ବିଶ୍ୱାସ ପ୍ରଡକସନ୍ସ ଖୁସି ଖବର ଆଣିଦେଇଛି । ପ୍ରେମୀ ଯୁଗଳଙ୍କ ଭାଲେଣ୍ଟାଇନ୍ ହେବ ଉତ୍ସବ ମୁଖର । ଓଡ଼ିଆ ଫିଲ୍ମ “ଆଶିକ୍ ସରେଣ୍ଡର ହେଲା” ଖୁବ୍ ଶୀଘ୍ର ପରଦାକୁ ଆସିବ ତାହା ପୁଣି ଭଲେଣ୍ଟାଇନ୍ ଓ୍ବିକରେ ।

ସିନେମାର କାହାଣୀ ସମ୍ପୂର୍ଣ୍ଣ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଭାଲେଣ୍ଟାଇନ ୱିକରେ ରିଲିଜ୍ ହେବ ବୋଲି ସୋମବାର ଦିନ ପ୍ରେସ୍ କ୍ଲବ୍ ଠାରେ ଟ୍ରେଲର ରିଲିଜ ଉତ୍ସବରେ ଫିଲ୍ମର ନିର୍ମାତା ରାଜା ଡି ପ୍ରକାଶ କରିଛନ୍ତି । ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ସିନେମାର ସମସ୍ତ ଗୀତ ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।

ସିନେମାରେ ଷ୍ଟାରକାଷ୍ଟରେ ରହିଛନ୍ତି ସମ୍ଭବ ମାନସିଂହ, ଜୟା ବିଶ୍ଵାସ, ପିୟାଲୀ, ମନୋଜ ମିଶ୍ର, ମିହିର ଦାସ, ବଣ୍ଟି ଅନୁଗୁଳିଆ, ଅଶୋକ ଦାସ, ପ୍ରତିଭା ପଣ୍ଡା, ମଞ୍ଜୁଲତା, ପ୍ରଣବ, ଦେବ। ମାନସ ପଢ଼ିଆରୀ ସଂଳାପ ରଚନା କରିଥିବା ବେଳେ ଗୀତ ରଚନାର ଭାର ସମ୍ଭାଳିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ । ଗୀତ ଗୁଡିକରେ ଅନନ୍ୟା, ହ୍ୟୁମାନ ସାଗର, ଦିପ୍ତିରେଖା, ସବିଶେଷ, ଆଶୁତୋଷ, ସତ୍ୟଜିତ କଣ୍ଠଦାନ କରିଛନ୍ତି। ଭାଲେଣ୍ଟାଇନ ୱିକ ଅର୍ଥାତ୍ ଫେବୃଆରୀ ୯ରେ ଦର୍ଶକ ଏହାର ଭରପୂର ମଜା ଉଠାଇବେ ବୋଲି ପ୍ରଯୋଜନା ସଂସ୍ଥା ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories