www.samajalive.in
Sunday, December 7, 2025
15.1 C
Bhubaneswar

ଅର୍ନ୍ତଜାତୀୟ ଉଷୁ ଖେଳାଳୀ ରମେଶ ମୁଣ୍ଡା ସମ୍ବର୍ଦ୍ଧିିତ 

କେନ୍ଦୁଝରଗଡ : ଅର୍ନ୍ତଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଉଷୁ କ୍ରୀଡାବିତ୍ ରମେଶ ମୁଣ୍ଡାଙ୍କୁ ଜିଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଛି। କେନ୍ଦୁଝର ଷ୍ଟାଡିୟମ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଅର୍ନ୍ତଜାତୀୟ ଉଷୁ ଖେଳାଳୀ ଶ୍ରୀ ମୁଣ୍ଡାଙ୍କୁ ମୁଖ୍ୟଅତିଥି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପୁଷ୍ପଗୁଛ, ମାନପତ୍ର ଓ ପଦକ ଦେଇ ସମ୍ବର୍ଦ୍ଧିିତ କରିଥିଲେ। ସୂଚନାଯୋଗ୍ୟ ଯେ, ଉଷୁ ଖେଳାଳୀ ଶ୍ରୀ ମୁଣ୍ଡା ବଡବିଲସ୍ଥିତ ଜେଏସ୍‌‌ପି ଫାଉଣ୍ଡେସନ ପରିଚାଳିତ ଜିନ୍ଦଲ ସ୍ପୋର୍ଟ୍ସ ଛାତ୍ରାବାସରେ ରହି ନିଜର କ୍ରୀଡା ସାଧନା ସହ ଶିକ୍ଷାଗ୍ରହଣ ଜାରି ରଖିଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ଜେଏସ୍‌‌ପି ଫାଉଣ୍ଡେସନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories