www.samajalive.in
Tuesday, December 9, 2025
16.1 C
Bhubaneswar

ଭୁଲ ଖାତାକୁ ଟଙ୍କା ଟ୍ରାନ୍ସଫର ହେଲେ, ଜାଣନ୍ତୁ କେମିତି ଫେରିପାଇବେ

ନୂଆଦିଲ୍ଲୀ : ଡିଜିଟାଲ ଅର୍ଥ ନେଣଦେଣ ବେଳେ ଭୁଲ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର (ସ୍ଥାନାନ୍ତର) ହେଇଯିବାର ଅନେକ ଆଶଙ୍କା ଥାଏ। ଭୁଲ ତଥ୍ୟ କିମ୍ବା ଭୁଲ ନମ୍ବର ଯୋଗୁଁ କେତେକ ସମୟରେ ଅର୍ଥ ଭୁଲ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହୋଇଯାଇଥାଏ। ଏଭଳି ସ୍ଥିତିରେ ଟଙ୍କା ଫେରି ପାଇବାର ଉପାୟ ଜାଣିନଥିବା ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରିକି କେତେକ ସମୟରେ ଭୁଲରେ ଟ୍ରାନ୍ସଫର ଟଙ୍କାକୁ ହରାଇ ବସନ୍ତି।
ତେବେ ଭୁଲ ଖାତାରେ ଟ୍ରାନ୍ସଫର ହୋଇଥିବା ଟଙ୍କାକୁ ଫେରି ପାଇବାର ବହୁତ୍‍ ସହଜ ଉପାୟ ରହିଛି।
କେମିତି ଫେରି ପାଇବେ ଟଙ୍କା: ଭୁଲ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହେଲେ; ପ୍ରଥମେ ନିଜ ବ୍ୟାଙ୍କକୁ ଏହାର ସୂଚନା ଦିଅନ୍ତୁ। ଏହି ସୂଚନା ଫୋନ କିମ୍ବା ଇମେଲ ମାଧ୍ୟମରେ ଦେଇ ହେବ। ନହେଲେ ନିଜ ବ୍ୟାଙ୍କ ଶାଖାର ପରିଚାଳକଙ୍କୁ ଏ ବିଷୟରେ ଅବଗତ କରାନ୍ତୁ। ବ୍ୟାଙ୍କକୁ ଟଙ୍କା ପଠାଇବା (ଟ୍ରାଂଜାକସନ)ର ତାରିଖ, ସମୟ, ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଯେଉଁ ବ୍ୟାଙ୍କ ଖାତାକୁ ଟଙ୍କା ଭୁଲରେ ଟ୍ରାନ୍ସଫର ହୋଇଛି; ତାର ତଥ୍ୟ, ଭୁଲରେ ଟ୍ରାନ୍ସଫର ହୋଇଥିବା ଟଙ୍କାର ପରିମାଣର ସୂଚନା ଦେବାକୁ ପଡ଼ିବ। ଆପଣଙ୍କ ବ୍ୟାଙ୍କ ଟଙ୍କା ଭୁଲରେ ଟ୍ରାନ୍ସଫର ହୋଇଥିବା ଖାତାର ବ୍ୟାଙ୍କ ଓ ଶାଖା ବିଷୟରେ ସୂଚନା ପ୍ରଦାନ କରିବା ସହ ସ୍ୱୟଂ ଯୋଗାଯୋଗ କରିବ। ଆପଣ ବି ଭୁଲ ଖାତାରେ ଟ୍ରାନ୍ସଫର ହୋଇଥିବା ବ୍ୟାଙ୍କ ଶାଖାକୁ ଯୋଗାଯୋଗ କରନ୍ତୁ ଓ ଭୁଲରେ ହୋଇଥିବା ଟ୍ରାନ୍ସଫର ବିଷୟରେ ଜଣାନ୍ତୁ। ଅଭିଯୋଗ ମିଳିବା ପରେ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଅନୁମତି ମାଗିବ। ଗ୍ରାହକର ଅନୁମତି ମିଳିବା ପରେ ଆପଣଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଯିବ। ଭୁଲରେ ଟଙ୍କା ପାଇଥିବା ଲୋକ ଟଙ୍କା ଫେରାଇବାକୁ ମନାକଲେ ଆପଣ ଆଇନର ଆଶ୍ରୟ ନେଇପାରିବେ। ଅଭିଯୋଗ କ୍ରମେ ବ୍ୟାଙ୍କ ଖାତାଧାରୀ (ଆକାଉଣ୍ଟଧାରୀ) ବିରୋଧରେ ମାମଲା ରୁଜୁ କରିପାରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏନେଇ ସ୍ପଷ୍ଟ ନିର୍ଦେଶାବଳୀ ଜାରି କରିଛି। ଭୁଲ ଖାତାକୁ ଯାଇଥିବା ଟଙ୍କାକୁ ଫେରସ୍ତ କରିବା ଦାୟିତ୍ୱ ବ୍ୟାଙ୍କର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories