www.samajalive.in
Monday, December 8, 2025
27.1 C
Bhubaneswar

ରାମ ମନ୍ଦିରକୁ ମୁକ୍ତ ହସ୍ତରେ ଦାନ କଲେ ଭକ୍ତ, ଗୋଟିଏ ଦିନରେ ୩ କୋଟି

ନୂଆଦିଲ୍ଲୀ : ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ୨୩ ଜାନୁୟାରୀରେ ୩ କୋଟି ୧୭ ଲକ୍ଷ ଟଙ୍କାର ଦାନ ମିଳିଛି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସଦସ୍ୟ ଅନିଲ୍ ମିଶ୍ରା ବୁଧବାର ଏନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଅଯୋଧ୍ୟାରେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ ଦେଖି ମନ୍ଦିର ପ୍ରଶାସନ ଦର୍ଶନର ସମୟ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସଦସ୍ୟ ଅନିଲ୍ ମିଶ୍ରା ବୁଧବାର ଜଣାଇଛନ୍ତି କି ନବନିର୍ମିତ ରାମ ମନ୍ଦିରକୁ ୨୩ ଜାନୁୟାରୀରେ ୩ କୋଟି ୧୭ ଲକ୍ଷ ଟଙ୍କାର ଦାନ ମିଳିଛି । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ସାରା ଦେଶରେ ରାମଭକ୍ତଙ୍କ ପାଇଁ ଏକ ପ୍ରମୁଖ ଧାର୍ମିକ ସ୍ଥଳ ହେବା ଆଶା କରାଯାଉଛି ।

- Advertisement -

ରାମ ମନ୍ଦିର ନିର୍ମାଣର ଘୋଷଣା ପରଠୁ ଅଯୋଧ୍ୟାରେ ମନ୍ଦିରର ନିର୍ମାଣ ଏବଂ ପ୍ରବନ୍ଧନ ରକ୍ଷଣାବେକ୍ଷଣା ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ନଗଦ ରାଶି ଏବଂ ସାମଗ୍ରୀ ରୂପେ ଭାରୀ ମାତ୍ରାରେ ଦାନ ମିଳୁଛି । ଟ୍ରଷ୍ଟ କହିଛି କି ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ପାଇଁ ପୂର୍ବରୁ ହିଁ ୫ ହଜାର କୋଟି ଟଙ୍କାରୁ ଅଧିକ ଦାନ ମିଳିସାରିଛି । କହିରଖୁଛୁ ବ୍ୟବସାୟିକ ଏବଂ ରାଜନୈତିକ ହସ୍ତୀ, ବଲିଉଡ କଳାକାର ଏବଂ ସମାଜର ସମସ୍ତ ବର୍ଗର ଲୋକେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଯୋଗଦାନ କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories