www.samajalive.in
Monday, December 8, 2025
17.1 C
Bhubaneswar

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ କେନ୍ଦେଇପଶି ଧାନ ମଣ୍ଡି ପରିଦର୍ଶନ

ପାଟଣା: ଆଜି ପୂର୍ବାହ୍ନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର କେନ୍ଦେଇପଶି ଧାନ ମଣ୍ଡି ପରିଦର୍ଶନ କରିଛନ୍ତି। ଧାନମଣ୍ଡି ପରିଦର୍ଶନ ସମୟରେ ଧାନମଣ୍ଡିରେ ମିଲର ମାନଙ୍କର ମନମାନୀ ଓ ଦାଦାଗିରି ଚାଲିଥିବାର ଚାଷୀମାନେ ଅଭିଯୋଗ କରିଥିଲେ। ଧାନ କୁଇଣ୍ଟାଲ ପ୍ରତି ୫ କିଲୋରୁ ୭ କିଲୋ କଟନି ଛଟନି କରୁଥିବା ଓ ଚାଷୀ ମାନଙ୍କୁ ବସ୍ତା ଦିଆଯାଉନଥିବା ଚାଷୀ ମାନେ ବିଜେପି ପ୍ରତିନିଧି ଦଳଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏନେଇ କେନ୍ଦୁଝର ଜିଲ୍ଲାରେ ଧାନ କଟନି ଛଟନି ବନ୍ଦ କରିବା ସହିତ ମିଲର ମାନଙ୍କର ଦାଦାଗିରି ବନ୍ଦ କରାଯିବା ପାଇଁ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସାହୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଚରମବାଣୀ ଶୁଣାଇଛନ୍ତି। ଏହି ଧାନମଣ୍ଡି ଚାଲ ଅଭିଯାନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ସହ ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ସତ୍ୟବ୍ରତ ନାୟକ , ଅଖିଳ ଚନ୍ଦ୍ର ନାୟକ, ଚତୁର୍ଭୁଜ ମହାନ୍ତ, ବିପିନ ମହାନ୍ତ, ମିତ୍ରଭାନୁ ନାୟକ, ଗୋଲକ ବିହାରୀ ନାୟକ, ହାଡିବନ୍ଧୁ ନାୟକ ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories