www.samajalive.in
Monday, December 8, 2025
20.1 C
Bhubaneswar

ପୂଜାର୍ଚ୍ଚନା ସହ ରାମମୟ ହେଲା କଳାହାଣ୍ଡି

ଭବାନୀପାଟଣା : ଅଯୋଧ୍ୟା ରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଆଜି କଳାହାଣ୍ଡି ର ପୁରପଲ୍ଲୀ ଉତ୍ସବ ମୁଖରିତ ହେଇଥିଲା। ଜିଲ୍ଲା ମହକୁମା ସମେତ ଗାଁ ଗହଳ ରେ ଭଜନ କୀର୍ତ୍ତନ ସାଙ୍ଗକୁ ଘୃତ ଯଜ୍ଞ, ଅନ୍ନ ଯଜ୍ଞ , ଜ୍ଞାନ ଯଜ୍ଞର ଆୟୋଜନ କରାଯାଇଥିଲା। ଜିଲ୍ଲାର ବହୁ ଅଞ୍ଚଳରେ ଏଲିଡି ସ୍କ୍ରିନ ମାଧ୍ୟମରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଏବଂ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ର ସିଧା ପ୍ରସାରଣ ର ବ୍ୟବସ୍ଥା କରାଯାଇଥିଲା।

ସ୍ଥାନୀୟ ରାମ ମନ୍ଦିର ରେ ବ୍ରାହ୍ମଣ ସମାଜ ପକ୍ଷରୁ ୫୧ କେଜି ଲଡୁ ଭୋଗ ଅର୍ପଣ କରାଯାଇଥିଲା। ରାମ ଲକ୍ଷ୍ମଣ ସୀତା ବେଶରେ ପିଲାଙ୍କୁ ସଜ୍ଜିତ କରି  ମାରୱାଡ଼ି ମହିଳା ମୋର୍ଚ୍ଚା  ଦ୍ଵାରା ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଥିଲା। ମାଣିକେଶ୍ବରୀ ଛକ ରେ ସ୍ଥାନୀୟ ସ୍ବେଛାସେବୀ ଏବଂ ବଜରଙ୍ଗଦଳ ପକ୍ଷରୁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଷ୍ଟେଚ୍ୟୁ ଛକ, ବାଲାଜୀ ମନ୍ଦିର, ପୁରୁଣା ସିନେମା ହଲ ଛକ ରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶୁକ୍ଳ ଭୋଗ ବଣ୍ଟନ କରାଯାଇଥିଲା। ଗାନ୍ଧୀ ଛକ ହନୁମାନ ମନ୍ଦିର, ବାହାଦୁର ବଗିଚା ପଡା ଏବଂ ଷ୍ଟାଡିୟମ ନିକଟ ହନୁମାନ ମନ୍ଦିରରେ ଏହି ଅବସରରେ ହନୁମାନ ଚାଳିଶା ପାଠ କରାଯାଇଥିଲା। ରାମ ମନ୍ଦିର ସମେତ ହନୁମାନ ମନ୍ଦିର ଗୁଡିକରେ ଅଖଣ୍ଡ ଦୀପ ପ୍ରଜ୍ବଳନ ଯାଇଥିଲା। ସହର ଉପକଣ୍ଠ  ରିଷିଗାଁ, ମେଦିନୀପୁର, ଜଗନ୍ନାଥପୁର ରେ ମର୍ଯ୍ୟାଦା ପୁରୁଷୋତ୍ତମ ଙ୍କ ଫଟୋ କୁ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରାଯାଇଥିଲା। ପରେ ଗାଁ ଲୋକ ଙ୍କୁ  ଅନ୍ନଭୋଗ ଦିଆଯାଇଥିଲା।

- Advertisement -

ସେହିଭଳି ଅଯୋଧ୍ୟାରେ ଶ୍ରୀରାମ ଙ୍କ ପ୍ରାଣ ପତିଷ୍ଠା ଅବସରରେ ଜୁନାଗଡ଼ ରାମସ୍ଵମୀ ମନ୍ଦିର ରେ ଘୃତ ଯଜ୍ଞ ଅନୁଷ୍ଠିତ ହେଇଥିଲା। ପରେ ସେହି ପରିସର ରେ ଥିବା ହନୁମାନ ମନ୍ଦିରରେ ୧୦୮ ଥର ହନୁମାନ ଚାଳିଶା ପାଠ କରାଯାଇଥିଲା। ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ରେ ପୂଜାର୍ଚ୍ଚନା, ଗନ୍ତାୟତ ପଡା ରାମ ମନ୍ଦିର ରେ ପୂଜା ସାଙ୍ଗକୁ ଭଜନ କୀର୍ତ୍ତନ, ଡଙ୍ଗାଘାଟ ପଡା ଜଗନ୍ନାଥ ମନ୍ଦିର ରେ ପୂଜାର୍ଚ୍ଚନା ସାଙ୍ଗକୁ ହିଞ୍ଜଲିବାହିଲି ହନୁମାନ ମନ୍ଦିର ରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବଂ ସୁନ୍ଦରାକାଣ୍ଡ ଅନୁଷ୍ଠିତ ହେଇଥିଲା। ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସନ୍ଧ୍ୟାରେ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।

ସେହିଭଳି କଲମପୁର ହନୁମାନ ମନ୍ଦିର ଠାରୁ ଦାସିଗାଁ ଯାଏଁ ୧୦ କିମି ବ୍ୟାପି ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏକ ସୁସଜ୍ଜିତ ରଥରେ ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ବେଶରେ ଶିଶୁ ମାନଙ୍କୁ ସଜ୍ଜିତ କରି କଲମପୁର ରୁ ଦାସୀଗାଁ ଯାଏଁ ଶୋଭାଯାତ୍ରା ପରିକ୍ରମା କରିଥିଲା। ଘଣ୍ଟ, କୀର୍ତନ ନାଦ ସାଙ୍ଗକୁ ଜୟଶ୍ରୀରାମ ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ କଲମପୁର ହନୁମାନ ମନ୍ଦିର ସମ୍ମୁଖରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା।

ଜୟପାଟଣା ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଆଜି ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଭାବ ଭକ୍ତି ର ସହ ପାଳିତ ହେଇଥିଲା। ସହର ର ରାସ ମଣ୍ଡପ ଠାରୁ ଏକ ସୁସଜ୍ଜିତ ରଥ ସହ ବିରାଟ ପଟୁଆର ନଗର ପରିକ୍ରମା କରିଥିଲା। ସହର ର ବିଭିନ୍ନ ସ୍ଥାନରେ ଝୋଟି ଏବଂ ବନ୍ଦାପନା ସହ ରଥ କୁ ସ୍ଵାଗତ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଅନ୍ନଭୋଗ ର ଆୟୋଜନ ହେଇଥିଲା। ସନ୍ଧ୍ୟାରେ ଲୋକେ ଘରେ ଘରେ ଦୀପ ଜାଳିବା ସହ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ଦୀପ ଦାନ ଅନୁଷ୍ଠିତ ହେଇଥିଲା।

ବଡ଼କୁଟ୍ରୁ ଇତେଇ ଡଙ୍ଗର ଶୀର୍ଷରେ ଥିବା ହନୁମାନ ମନ୍ଦିରରେ କଳସ ଯାତ୍ରା, ଘୃତ ଯଜ୍ଞ, ପ୍ରବଚନ ଏବଂ ଅନ୍ନଛତ୍ର ର ବ୍ୟବସ୍ଥା କରାଯାଇଥିଲା। ଏଥି ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହେଇଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories