www.samajalive.in
Sunday, December 7, 2025
15.1 C
Bhubaneswar

ତେଲଙ୍ଗାନାରେ ୬୫ ପ୍ରତିଶତ ମତଦାନ

ହାଇଦରାବାଦ : କାଁ ଭାଁ ଘଟଣାକୁ ଛାଡିଦେଲେ ତେଲଙ୍ଗାନାରେ ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ତେଲଙ୍ଗାନାରେ ପ୍ରାୟ ୬୫ ପ୍ରତିଶତ ମତଦାନ ହୋଇଥିବା ଜଣା ପଡିିଛି। ତେବେ ଚୁଡାନ୍ତ ମତଦାନ ରିପୋର୍ଟରେ ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର ୧୩ଟି ମାଓ ପ୍ରଭାବିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଶାନ୍ତିପୁର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି।
ରାଜ୍ୟର ୧୧୯ଟି ବିଧାନସଭା ଆସନରେ ୩୨ହଜାର ୮୧୫ଟି ଭୋଟଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଥିଲା। ପ୍ରାୟ ୨କୋଟି ୮୦ଲକ୍ଷ ଭୋଟର ୧ହଜାର ୮୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ୧୩୯ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଟିଆରଏସ୍‍ ଏବଂ ବିଜେପି ଏକାକୀ ନିର୍ବାଚନ ଲଢିଥିବାବେଳେ କଂଗ୍ରେସ, ଟିଡିପି, ତେଲଙ୍ଗାନା ଜନସମିତି ଏବଂ ସିପିଆଇ ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ସିପିଆଇଏମ ଏବଂ ବହୁଜନ ଲେପ୍ଟ ପାର୍ଟି, ବହୁଜନ ଲେପ୍ଟ ଫ୍ରଣ୍ଟ ଗଠନ କରିଛନ୍ତି। ଟିଆରଏସ୍‍ ସମସ୍ତ ୧୧୯ଟି ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ବିଜେପି ୧୧୮ଟି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଛି।
କଂଗ୍ରେସ ୯୯ଟି, ଟିଡିପି ୧୩ଟି, ଟିଜେଏସ୍‍ ୮ଟି, ସିପିଆଇ ୩ଟି, ଏମଆଇଏମ୍‍ ୮ଟି, ଏନସିପି ୨୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବେଳେ ବିଏସ୍‍ପି ୧୦୭ଟି ସିଟ୍‍ରେ ବୁଝାମଣା କରିଛି।
ଆସନ୍ତା ମଙ୍ଗଳବାର ଦିନ ଭୋଟ ଗଣନା କରାଯାଇ ଫଳାଫଳ ପ୍ରକାଶ କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories