ପୂର୍ବତନ ଖଣି ନିର୍ଦେଶକ ବି.କେ. ମହାନ୍ତିଙ୍କ ପରଲୋକ
ଭୁବନେଶ୍ବର: ପୂର୍ବତନ ଖଣି ନିର୍ଦେଶକ ବିଜୟ କୃଷ୍ଣ ମହାନ୍ତିଙ୍କର ପରଲୋକ ଘଟିଛି। ଶୁକ୍ରବାର ଭୁବନେଶ୍ବର ବିଜେବି ନଗରସ୍ଥିତ ତାଙ୍କ ଘରେ ୯୧ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
ସୂଚନାଯୋଗ୍ୟ, ବି.କେ. ମହାନ୍ତି ଓଡ଼ିଶା ସରକାରଙ୍କ ଅଧୀନରେ ଖଣି ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ। ୩୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଭାରତ ସରକାର ଏବଂ ଓଡ଼ିଶା ଖଣି ନିଗମରେ ଡେପୁଟେସନରେ କାର୍ଯ୍ୟ କରିଛନ୍ତି। ଏଥିସହ ସେ ୧୩ ବର୍ଷ ଧରି ଓଡ଼ିଶାର ଖଣି ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ଶ୍ରୀ ମହାନ୍ତି ରାଜ୍ୟରେ ହୋଇଥିବା ପ୍ରାୟ ସମସ୍ତ ପ୍ରମୁଖ ଖଣିଜ ବିକାଶ ପ୍ରକଳ୍ପରେ ସକ୍ରିୟ ଭାବେ ଜଡ଼ିତ ଥିଲେ।
Comments are closed.