www.samajalive.in
Monday, December 8, 2025
17.1 C
Bhubaneswar

ଅଘଟଣ ; କାମ କରୁଥିଲେ ଶ୍ରମିକ, ଭୂସ୍ଖଳନରେ ଚାଲିଗଲା ୨୨ ଜୀବନ

ନୂଆଦିଲ୍ଲୀ : ତାଞ୍ଜାନିଆରେ ଏକ ଖଣିରେ ଭୂସ୍ଖଳନରେ ୨୨ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଏହା ମଧ୍ୟରେ ଫସି ରହିଛନ୍ତି। ତାଞ୍ଜାନିଆର ସିମିୟୁର ବାରିଆଦିରେ ଖଣିରେ ଏହି ଭୂସ୍ଖଳନ ଘଟିଛି।
ସୂଚନାନୁଯାୟୀ, ବାରିଆଦିରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଖଣି ଭିତରେ ବହୁ ଲୋକେ କାମ କରୁଥିଲେ। ଏହି ସମୟରେ ହଠାତ୍‌‌ ମାଡି ଅତଡା ଖସିବାକୁ ଆରମ୍ଭ କରିଥିବା ସହ ଭୂସ୍ଖଳନ ହୋଇଥିଲା। ଫଳରେ ସେଠାରେ କାମ କରୁଥିବା ଲୋକେ ଏହା ମଧ୍ୟରେ ଫସି ରହିଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକେ ଏବେ ମଧ୍ୟ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଅଘଟଣ ବିଷୟରେ ଜାଣି ତାଞ୍ଜାନିଆ ରାଷ୍ଟ୍ରପତି ସାମିୟା ସୁଲୁହୁ ଗଭୀର ଶୋକ ପ୍ରକାଶ କରିବା ସହ ଆହତ ଗୁରୁତରଙ୍କ ସଠିକ୍‌‌ ଚିକିତ୍ସା ପାଇଁ ଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories