www.samajalive.in
Tuesday, December 9, 2025
17.1 C
Bhubaneswar

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିିନ ୧୦ ହଜାର କୋଟିର ବ୍ୟବସାୟ ଲକ୍ଷ୍ୟ

ଲଖନଉ : ଅଯୋଧ୍ୟାରେ ୨୨ ଜାନୁଆରୀରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସଭିଁଙ୍କ ବେଶ ଉତ୍ସାହ ରହିଛି। ଏହି ଅବସରରେ ଲୋକେ ଦୀପାବଳି, ଧନତେରସ ଭଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉତ୍ତର ପ୍ରଦେଶରେ ପର୍ବ ପର୍ବାଣିରେ ପରିଣତ ହୋଇଛି। ନବରାତ୍ର ଓ ଧନତେରସ ଭଳି ୨୨ ଜାନୁଆରୀ ପାଇଁ ଲୋକେ ଏପର୍ଯ୍ୟନ୍ତ ପ୍ରାୟ ୨୨ ହଜାର ଯାନର ଡେଲିଭରି ପାଇଁ ବୁକିଙ୍ଗ କରିଛନ୍ତି। ସେହିପରି ସୁନା-ଚାନ୍ଦିର ରାମ ଦରବାର, ଟଙ୍କା, ରାମ ମନ୍ଦିର ଆକୃତିର ମୁଦି ବଜାରରେ ଉପଲବ୍ଧ। ରାମ ଦରବାର ବସ୍ତ୍ର ଗୁଜରାଟରୁ ଉତ୍ତରପ୍ରଦେଶ ପହଞ୍ଚି ସାରିଛି। ସେହିଦିନ ପ୍ରଦେଶରେ ପ୍ରାୟ ୬୫୦୦ରୁ ଅଧିକ ବିବାହ ମଧ୍ୟ ହେବ। ମୋଟ ପ୍ରାୟ ୧୦ ହଜାର କୋଟିର ବ୍ୟବସାୟ ଲକ୍ଷ୍ୟ (ବଜାର) ପ୍ରସ୍ତୁତ ହୋଇଛି।
ବର୍ତ୍ତମାନ ସମୟରେ ଶ୍ରୀରାମ ମନ୍ଦିର ମଡେଲ୍‌‌ ପାଇଁ ଚାହିଦା ଅଧିକ ରହିଛି। ଏଗୁଡ଼ିକ ତମ୍ବା, ପିତ୍ତଳ, ରୂପା, କାଠରେ ତିଆରି। ହସ୍ତତନ୍ତ ବିଭାଗ ଅନୁଯାୟୀ, କେବଳ ୧୫ ହଜାରରୁ ଅଧିକ ହସ୍ତଶିଳ୍ପୀ ଏବଂ କାରିଗର ଏହି ମଡେଲଗୁଡିକ ପ୍ରସ୍ତୁତ କରୁଛନ୍ତି। କୁମ୍ଭାରମାନେ ଅଧିକ ଲାଭବାନ ହୋଇଛନ୍ତି। ବର୍ତ୍ତମାନ  ପର୍ଯ୍ୟନ୍ତ  ପ୍ରାୟ ଦୁଇ କୋଟି ଦୀପ ବିକ୍ରି ହୋଇସାରିଛି। ୧.୫ ଲକ୍ଷ କିଲୋରୁ ଅଧିକ ଲଡୁ ପାଇଁ ଆଗୁଆ ବୁକିଙ୍ଗ ହୋଇଛି। ବହୁ ପରିମାଣରେ ଗେଣ୍ଡୁ ଓ ଗୋଲାପ ଫୁଲ ମଧ୍ୟ ଅର୍ଡର କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories