www.samajalive.in
Sunday, December 7, 2025
15.1 C
Bhubaneswar

ଏହି ରାଶି ଏବଂ ନକ୍ଷତ୍ରର ବ୍ୟକ୍ତିଙ୍କ ଗୁରୁବାର ବେଶ୍‌ ଶୁଭ ଦିନ- ରାଶିଫଳ

ମେଷ- ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦ୍‌ ବ୍ୟବହାର କରି ଲୋକପ୍ରିୟ ହେବେ। ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଉଦ୍ୟୋଗୀ ହେବେ।

ବୃଷ- କୃତ୍ତିକା ଓ ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ସମସ୍ୟାର ମୁକାବିଲା କରି ସୁସମାଧାନ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ସତର୍କରେ ଚଳିବାକୁ ପଡ଼ିବ।

- Advertisement -

ମିଥୁନ- ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭପ୍ରଦ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ।

କର୍କଟ- ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ। ଚାକିରି କ୍ଷେତ୍ରରେ ସେବା ମନୋଭାବ ରହିବ। ଅଶ୍ଲେଷା ଓ ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ।

ସିଂହ- ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବିଦ୍ୟା ଅର୍ଜନ ପାଇଁ କଠୋର ପରିଶ୍ରମ କରିପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଅସୁଖୀ ହେବେ।

କନ୍ୟା- ଉତ୍ତରା ଫାଲ୍‌ଗୁନୀ ଓ ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି କୃଷିକ୍ଷେତରୁ ପ୍ରଚୁର ଆୟ କରିବେ। ବାସଗୃହ ପ୍ରଦୂଷଣମୁକ୍ତ ରହିବ। ଉଦାରଚେତା ହୋଇପାରନ୍ତି। ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଭୁଲ୍‌ ବୁଝାମଣାର ଶିକାର ହେବେ।

ତୁଳା- ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ କରିପାରନ୍ତି। ଅସୁସ୍ଥତାରୁ ଆରୋଗ୍ୟ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ ଫଳ।

ବିଚ୍ଛା- ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି ମତିମାନ୍‌ ହେବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ଧନୁ- ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତଙ୍କ ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ପୂର୍ବାଷାଢ଼ାର ସାମାନ୍ୟ ଶୁଭଫଳ।

ମକର- ଉତ୍ତରାଷାଢ଼ା, ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ମଧୁର କଥାରେ ପରକୁ ଆପଣାର କରିବେ। ବିବାଦୀୟ ବିତର୍କକୁ ବର୍ଜନ କରି ନିରବ ଦର୍ଶକ ସାଜିବେ। ଧନିଷ୍ଠା ନକ୍ଷତ୍ରଜାତ ସ୍ବାସ୍ଥ୍ୟରକ୍ଷାରେ ଧନ ବ୍ୟୟ କରିବେ।

କୁମ୍ଭ- ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଧନ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନ ପିପାସୁ ହେବେ। ସତ୍‌କର୍ମ କରିବେ। ପୂର୍ବଭାଦ୍ର ଓ ଧନିଷ୍ଠା ସତର୍କରେ ଚଳିବେ।

ମୀନ- ଉତ୍ତରଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହେବେ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories