www.samajalive.in
Tuesday, December 9, 2025
16.1 C
Bhubaneswar

ପାଟଣା ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ କଡ଼ାକଡ଼ି

ପାଟଣା: ପାଟଣା ପୁଲିସ ପକ୍ଷରୁ ଆନ୍ତଃରାଜ୍ୟ ସଡକ ୨୨୦ନଂ ଜାତୀୟ ରାଜପଥରେ ଯାନ ବାହାନରେ ଅବୈଧ ସାମଗ୍ରୀ ପରିବହନକୁ କଡାକଡ଼ି ଭାବେ ଯାଞ୍ଚ କରାଯାଉଛି। ବନ୍ଧୁକ, ଚୋରା ବିଦେଶୀ ମଦ, ଗଞ୍ଜେଇ, ବ୍ରାଉନ ସୁଗର ଆଦି ଦ୍ରବ୍ୟ ଚାଲାଣ ଉପରେ କଡାକଡ଼ି ନଜର ରଖିଛି ପୁଲିସ। ପାଟଣା ଥାନାଧିକାରୀ ବିବତ୍ସ ପ୍ରଧାନଙ୍କ ନେତୃତ୍ୱରେ ସାହାରପଡା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା, ଥାନା ଏସଆଇ ମନୋରମା ସ୍ୱାଇଁ, ଏଏସଆଇ ଧନେଶ୍ୱର ପାତ୍ର ଓ ପଦ୍ମାବତୀ ବିଶ୍ୱାଳ ପ୍ରମୁଖ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ରାସ୍ତା ଦେଇ ଯେପରି ଅବୈଧ ଜିନିଷ ଚାଲାଣ କରିବାକୁ ଅସାମାଜିକ ବ୍ୟକ୍ତିମାନେ ସାହସ ନ କରିବେ ସେହି ଲକ୍ଷ୍ୟ ନେଇ ପାଟଣା ପୁଲିସ ଯାଞ୍ଚ ପ୍ରକ୍ରିୟା ଚଳାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories