www.samajalive.in
Tuesday, December 9, 2025
17.1 C
Bhubaneswar

୧୯୩୪ ମସିହା ସମାଜରେ ବାହାରିଥିବା ଖବର

ବାଘ ଉପଦ୍ରବ
ବାଲେଶ୍ବର, ୯।୧।୩୪: ସଦରଥାନା ଫୁଲାଡ଼ିଘାଟଠାରେ ଦୁଇଟି ବାଘ ରହିଛନ୍ତି। ଏମାନଙ୍କର ଉପଦ୍ରବ ସାଇପଡ଼ିଶାଯାଏଁ ହେଉଛି। ଗୋବିନ୍ଦପୁର, ଖମଟଣା, ଦୁମୁଦା ଗ୍ରାମର ଆଖୁବାଡ଼ିରେ ମଧ୍ୟ ବାଘ ରହୁଛି। ରାତିରେ ବହୁତ ଗାଈ, ଗୋରୁ, ବାଛୁରୀ ନଷ୍ଟ କଲାଣି। ଏ ବିଷୟ ଦଫାଦାର ଚୌକିଦାର ବାରମ୍ବାର ଥାନାରେ ଜଣାଇଲେ ସୁଦ୍ଧା କୌଣସି ପ୍ରତିକାର କରାଯାଉନାହିଁ। ଜିଲା କଲେକ୍ଟରଙ୍କ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରୁଛୁ।
ଆମ୍ବେଦକରଙ୍କ ଆପତ୍ତି
ପୁନା ଚୁକ୍ତି ବଦଳିବନାହିଁ
ବମ୍ବେ, ୯।୧।୩୪: ବିଲାତରୁ ଫେରିଆସିଥିବା ଆମ୍ବେଦକର ଆଜି କହିଲେ-‘ମୁଁ ନିର୍ଯାସ ବୁଝିଛି ଯେ ଧଳାକାଗଜ ବ୍ୟବସ୍ଥାରେ ଆଉ କିଛି ଭଲ ପରିବର୍ତ୍ତନ ହେବନାହିଁ। ତେଣୁ ଆମେ ତାକୁ ଗ୍ରହଣ କରି ଆଉ ଅଧିକ ପାଇଁ କେବଳ ଆନ୍ଦୋଳନ କରୁଥିବା’। ପୁନା ଚୁକ୍ତି ବଦଳାଇବା ବିଷୟରେ ସେ କହିଲେ- ଆମେ ଯଦି ଆମ ନିଜ ଚୁକ୍ତିକୁ ରକ୍ଷା କରିନପାରିବା, ତେବେ ହିନ୍ଦୁ ସମ୍ପ୍ରଦାୟ ପକ୍ଷରେ ଏହା ଘୋର୍ ଲଜ୍ଜା ଓ କଳଙ୍କର କଥା ହେବ। ଉଚ୍ଚ ବର୍ଣ୍ଣ ହିନ୍ଦୁମାନଙ୍କର ଏଭଳି ଆନ୍ଦୋଳନ ବିରୁଦ୍ଧରେ ମୁଁ ବରାବର ଠିଆ ହେବି।
ଦେଶମିଶ୍ରଣ ଦାବି
ଡେଲାଙ୍ଗରେ ପ୍ରତିବାଦ
ଡେଲାଙ୍ଗ,୧୦।୧।୩୪:ଆଜି ସକାଳେ ୯ଟା ସମୟରେ ଶ୍ରୀଯୁକ୍ତ ରାଧାବିନୋଦ ନାୟକଙ୍କ ସଭାପତିତ୍ବରେ ଡେଲାଙ୍ଗରେ ଗୋଟିଏ ସାଧାରଣ ସଭା ହୋଇଥିଲା। ସେଥିରେ ସ୍ଥାନୀୟ ବିଶିଷ୍ଟ ଭଦ୍ରଲୋକ, ସ୍କୁଲଶିକ୍ଷକ, ଛାତ୍ର, ସରବରାବର ଏବଂ ଗାଉଁଲି ଲୋକମାନେ ଯୋଗଦାନ କରିଥିଲେ। ସରକାର ପାରଳାଖେମୁଣ୍ଡିକୁ ପ୍ରସ୍ତାବିତ ଉତ୍କଳ ପ୍ରଦେଶରେ ଅନ୍ତର୍ଭୁକ୍ତ କରୁନଥିବା ଜନରବ ଶୁଣି ଏ ସଭାରେ ତା’ର ପ୍ରତିବାଦ କରାଯାଇ ସରକାରଙ୍କୁ ପାରଳାଖେମଣ୍ଡି ଓଡ଼ିଶାରେ ମିଶାଇବା ପାଇଁ ଅନୁରୋଧ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories