ମୁଖୀଗୁଡା: ଇନ୍ଦ୍ରାବତୀ ବାମ, ଡାହାଣ ଓ ମେଗା ଲିଫ୍ଟ କେନାଲ ମାଧ୍ୟମରେ ରବି ଚାଷ ପାଇଁ ସୋମବାରଠାରୁ ଜଳ ଯୋଗାଣ ଆରମ୍ଭ ହୋଇଛି। ଚଳିତ ରବି ଜଳସେଚନ ବାମ ମୁଖ୍ୟ କେନାଲରେ ୩୧,୩୧୫, ଡାହାଣ କେନାଲରେ ୨୦୦୭୩, ଓ ମେଗା ଲିଫ୍ଟ କେନାଲରେ ପରିବର୍ଦ୍ଧିତ ଆୟକଟ ସହିତ ୧୬, ୬୪୫ହେକ୍ଟର ସହ ମୋଟ ୭୧, ୨୭୪ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ପ୍ରାୟ ୩୩୫ ଗ୍ରାମର ଚାଷୀ ରବି ଚାଷ ପାଇଁ ପାଣି ପାଇପାରିବେ। ଏବେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ୬୩୬.୪୫ମିଟର ରହିଥିବାରୁ ଚାଷୀଙ୍କ ମଧ୍ୟରେ ଏବେଠୁ ସୁରକ୍ଷିତ ଜଳସେଚନକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି।
Popular Categories



