www.samajalive.in
Monday, December 8, 2025
17.1 C
Bhubaneswar

ରୋହିତ ଅଧିନାୟକ, ବିରାଟ ଫେରିଲେ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳା ଚଳିତ ଜାନୁଆରୀ ୧୧ରୁ ୧୭ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ବିସିସିଆଇ ସିନିୟର ମନୋନୟନ କମିଟି ପକ୍ଷରୁ ରବିବାର ୧୬ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ୧୪ ମାସ ପରେ ଟି୨୦ ଦଳକୁ ରୋହିତ ଶର୍ମା ଓ ବିରାଟ କୋହଲି ଫେରିଛନ୍ତି। ରୋହିତ ଅଧିନାୟକ ଦାୟିତ୍ବ ତୁଲାଇବେ। ବିରାଟ ଓ ରୋହିତ ​ଶେଷ ଥର ପାଇଁ ୨୦୨୨ ନଭେମ୍ବରରେ ଟି୨୦ ବିଶ୍ବକପର ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିଥିଲେ। ଏହାପରେ ଉକ୍ତ ଦୁଇ ବ୍ୟାଟ୍ସମ୍ୟାନ ଟି୨୦ ଦଳଠାରୁ ଦୂରରେ ରହିଥିଲେ। ଆସନ୍ତା ଜୁନ୍‌ରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ବକପ ପୂର୍ବରୁ ଭାରତର ଏହା ଶେଷ ଟି୨୦ ଶୃଙ୍ଖଳା । ଏହାକୁ ଦୃଷ୍ଟିରେ ରଖି ବିରାଟ ଓ ରୋହିତଙ୍କୁ ଦଳରେ ସୁଯୋଗ ମିଳିଛି। ସେହିପରି ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଓ ଋତୁରାଜ ଗାଏକ୍ବାର୍ଡ ବାଦ୍‌ ପଡ଼ିଛନ୍ତି। ଉକ୍ତ ୩ ଖେଳାଳି ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ବିସିସିଆଇ ମେଡ଼ିକାଲ ଦଳ ପକ୍ଷରୁ କ୍ଲିନଚିଟ୍‌ ମିଳିନାହିଁ। ଫଳରେ ସେ ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଗତ ଦିନିକିଆ ବିଶ୍ବକପ ସମୟରେ ହାର୍ଦିକ ଆହତ ହୋଇଥିଲେ। ସମ୍ପୂୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଦଳଠାରୁ ଦୂରରେ ରହିଛନ୍ତି। ସୂର୍ଯ୍ୟକୁମାର ଗତ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି୨୦ରେ ଆହତ ହୋଇଥିଲେ। ତାଙ୍କ କହୁଣୀରେ ଆଘାତ ଲାଗିଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ସେହିପରି ଆଙ୍ଗୁଠିରେ ଆଘାତ ଲାଗି ବ୍ୟାଟ୍‌ସମ୍ୟାନ ଋତୁରାଜ ଗାଏକ୍ବାର୍ଡ ମଧ୍ୟ ବାଦ୍‌ ପଡ଼ିଛନ୍ତି। ସୀମିତ ଓଭର କ୍ରିକେଟରେ ୱିକେଟରକ୍ଷକ ଦାୟିତ୍ବ ତୁଲାଉଥିବା ଲୋକେଶ ରାହୁଲ ଓ ଈଶାନ କିଷନଙ୍କୁ ଟି୨୦ ଦଳରେ ସ୍ଥାନ ମିଳିନାହିଁ। ଦଳରେ ଦୁଇ ୱିକେଟ ରକ୍ଷକ ଜିତେଶ ଶର୍ମା ଓ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିଛି। ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ୧୧ରେ ମୋହାଲି, ୧୪ରେ ଇନ୍ଦୋର ଓ ୧୭ରେ ବାଙ୍ଗାଲୋରରେ ଖେଳାଯିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories