www.samajalive.in
Monday, December 8, 2025
17.1 C
Bhubaneswar

ଆମ୍ରପାଲି ଗ୍ରୁପର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଫ୍ଲାଟ୍‍ କ୍ରେତାଙ୍କ ୩୦୦୦ କୋଟି ଟଙ୍କା ଅନ୍ୟ ବ୍ୟବସାୟରେ ବିନିଯୋଗ କରିବା ମାମଲାରେ ଆମ୍ରପାଲି ଗ୍ରୁପ୍‍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ବୁଧବାର ଆମ୍ରପାଲି ଗ୍ରୁପର ପଞ୍ଚ ତରକା ହୋଟେଲ, ବିଳାସପୂର୍ଣ୍ଣ କାର, ମଲ, ଏଫଏମ୍‍ସିଜି କମ୍ପାନୀ, ପ୍ୟାକ୍ଟ୍ରି ଓ କର୍ପୋରେଟ୍‍ ଅଫିସ୍‍ ଆଦି ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାସହ କୋର୍ଟ ଋଣ ଆଦାୟ ଟ୍ରାଇବ୍ୟୁନାଲ (ଡିଆରଟି)ଙ୍କୁ ବାଜ୍ୟାପ୍ତ ସମ୍ପତ୍ତି ବିକ୍ରି କରିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ଆମ୍ରପାଲି ଗ୍ରୁପ୍‍ର ସିଏମ୍‍ଡି ଏବଂ ନିର୍ଦେଶକଙ୍କ ବିରୋଧରେ କାହିଁକି ଅପରାଧିକ ମାମଲା କରାଯିବନି ତାହା ଜଣାଇବାକୁ କୋର୍ଟ ନୋଟିସ୍‍ ଜାରି କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଆମ୍ରପାଲି ଗ୍ରୁପର ଅନେକ ପ୍ରକଳ୍ପ କାର୍ଯ୍ୟ ଅଧା ଖଣ୍ଡିଆ ହୋଇ ପଡ଼ି ରହିଛି। ଫଳରେ ନିବେଶକ ଓ ଫ୍ଲାଟ୍‍ କ୍ରେତା ହଇରାଣ ହେଉଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟ ଆମ୍ରପାଲି ଗ୍ରୁପ୍‍ ବରିଷ୍ଠ ଅଧିକାରୀଙ୍କୁ ଲୁଚକାଳି ନଖେଳିବାକୁ ଚେତାବନୀ ଦେଇଥିଲେ। ସୁପ୍ରିମ କୋର୍ଟ ଋଣ ଆଦାୟ ଟ୍ରାଇବ୍ୟୁନାଲ (ଡିଆରଟି)ଙ୍କୁ ଆମ୍ରପାଲି ଗ୍ରୁପ୍‍ର ୧୬ଟି ସମ୍ପତ୍ତି ନିଲାମ ଅବା ବିକ୍ରି କରିବାକୁ ନିର୍ଦେଶ ଦେଇଥିଲେ। ଏହି ୧୬ଟି ସମ୍ପତ୍ତି ବିକ୍ରି ଦ୍ୱାରା ୧୬୦୦ କୋଟି ଟଙ୍କା ସଂଗ୍ରହ କରିହେବ ବୋଲି ଆକଳନ କରାଯାଇଛି। ସମ୍ପତ୍ତି ବିକ୍ରି ଅର୍ଥ ଦ୍ୱାରା ଅଧା ପଡିଥିବା ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣ କରିବା ପାଇଁ ଧ୍ୟାନ ଦେବାକୁ କୋର୍ଟ କହିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories