www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରକ ଡ୍ରାଇଭରକୁ ଧମକ ଦେଇ ଟଙ୍କା ଲୁଟ୍ ମାମଲାରେ ଜଣେ ଗିରଫ

ଗୋପାଳପୁର: ଗୋପାଳପୁର ପୋଲିସ ଟ୍ରକ ଡ୍ରାଇଭରକୁ ଧମକ ଚମକ ଦେଇ ଦାଦାବଟି ମାଗିବା ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗିରଫ ଯୁବକ ଜଣକ ହେଲେ ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ହିଲପାଟଣାର ମୁକ୍ତେଶ ସାହୁ (୨୫) ବୋଲି ପୋଲିସ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛି। ସୂଚନା ଅନୁସାରେ ୧୬ ନଂ ଜାତୀୟ ରାଜପଥ ପଥରା ଓଭରବ୍ରିଜ ନିକଟରେ ଗୁରୁବାର ୪ଟା ସମୟରେ ଟ୍ରକ ଓ ଆମ୍ବୁଲାନ୍ସ ସହ ସାମାନ୍ୟ ଦୁର୍ଘଟଣା ହୋଇଥିଲା। ଉଭୟ‌ ଡ୍ରାଇଭରଙ୍କ ମଧ୍ୟରେ ବୁଝାମଣା ହେଉଥିବା ସମୟରେ ମୁକେଶ ଓ ତାଙ୍କ ଦୁଇ ସହଯୋଗୀ ବଇକ ଯୋଗେ ସେଠାରେ ପହଞ୍ଚିଥିଲେ। ମୁକେଶ ଦୁର୍ଘଟଣାର ସମାଧାନ କରିଦେଲି ବୋଲି କହି ଟ୍ରକ ମାଲିକ ପିଣ୍ଟୁ ବିଶୋୟୀଙ୍କୁ ଧମକ ଚମକ ଦେଇ ୧୫ ହଜାର ଟଙ୍କା ଜୋର ଜବରଦସ୍ତି ନେଇଯାଇଥିଲେ। ଏ ନେଇ ପିଣ୍ଟୁଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୫/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୂର୍ବାହ୍ନରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ରାମନଗର ଏକ ଭଡା ଘରେ ଗୋପାଳପୁର ଥାନା ପୋଲିସ ସେଠାରେ ଚଢାଉ କରି ମୁକ୍ତେଶଙ୍କୁ ଉଠାଇ ନେଇ ପଚରାଉଚୁରା କରିବା ପରେ ତାଙ୍କଠାରୁ ୫ ହଜାର ଟଙ୍କା ଜବତ କରାଯାଇଥିଲା। ସନ୍ଧ୍ୟାରେ ପୋଲିସ ମୁକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ବେଳେ ତୁରନ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟ ପଟେ ଅଭିଯୁକ୍ତ ମୁକେଶଙ୍କ ନାମରେ ଗୋସାଣୀ ନୂଆଗାଁ ଥାନାରେ ଅନେକ ମାମଲା ହୋଇଥିବା ବେଳେ ଗତ କିଛି ଦିନ ତଳେ ଜାମିନରେ ଫେରିଥିବା ସୂଚନା ମିଳିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories