www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଭୁ ଶ୍ରୀରାମଙ୍କୁ ମାଂସାହାରୀ କହିଥିଲେ; ବିବାଦ ପରେ କ୍ଷମା ମାଗିଲେ ଏନସିପି ନେତା

ନୂଆଦିଲ୍ଲୀ: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଶୀର୍ଷ ନେତୃବୃନ୍ଦଙ୍କ ଯୋଗଦାନର କିଛି ଦିନ ପୂର୍ବରୁ ଏନସିପି ନେତା ଜିତେନ୍ଦ୍ର ଆହ୍ବାଡ଼ଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଶ୍ରୀରାମଙ୍କୁ ମାଂସାହାରୀ କହି ଏବେ ଅଡ଼ୁଆରେ ମହାରାଷ୍ଟ୍ରର ଏହି ନେତା। ବିବାଦ ଘନେଇବା ପରେ ଏବେ ସେ କ୍ଷମା ପ୍ରାର୍ଥନା କରିଛନ୍ତି। କାହାର ଭାବନାକୁ ଆଘାତ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି।

ଜିତେନ୍ଦ୍ର କହିଛନ୍ତି, ‘‘ଆପଣ ରାମାୟଣ ପଢନ୍ତୁ କ’ଣ ଲେଖାହୋଇଛି, ତା’ପରେ ଆପଣ ସ୍ପଷ୍ଟ ହୋଇଯିବେ। କିନ୍ତୁ ମୋ ମନ୍ତବ୍ୟ ପାଇଁ ଯଦି କାହା ଭାବନାକୁ ଆଘାତ ପହଞ୍ଚିଛି, ତେବେ ସେଥିପାଇଁ ମୁଁ ଦୁଃଖିତ। କାହାର ଭାବନାକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନଥିଲା।’’

- Advertisement -

ସୂଚନାଯୋଗ୍ୟ, ଏନସିପିର ଶରଦ ପାୱାର ଗୋଷ୍ଠୀ ବିଧାୟକ ଜିତେନ୍ଦ୍ର ଆହ୍ୱାଡ଼ ବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ। ସେ କହିଥିଲେ ଯେ, ପ୍ରଭୁ ରାମ ବହୁଜନଙ୍କ ମଧ୍ୟରୁ ଆସନ୍ତି। ସେ ପଶୁ ଶିକାର କରୁଥିଲେ ଆଉ ଖାଉଥି‌ଲେ ମଧ୍ୟ । ହେଲେ ଏଠି କିଛି ବ୍ୟକ୍ତି ପ୍ରଭୁ ରାମଙ୍କ ଉଦାହରଣ ଦେଇ ଲୋକଙ୍କୁ ଶାକାହାରୀ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପ୍ରଭୁ ରାମ ଶାକାହାରୀ ନଥିଲେ, ସେ ଜଣେ ମାଂସାହାରୀ ଥିଲେ। ଯିଏ ୧୪ ବର୍ଷ ଧରି ଜଙ୍ଗଲରେ ରହିଥିଲେ, ସେ ଶୁଦ୍ଧ ନିରାମିଶ ଆହାର କେଉଁଠୁ ପାଇବେ ? ବାଲ୍ମିକୀ ରାମାୟଣରେ ଏ ବିଷୟରେ ଉଲ୍ଲେଖ ରହିଛି। ମୁଁ କୌଣସି ଭୁଲ୍‌ କଥା କହୁନାହିଁ ବୋଲି କହିଥିଲେ ଜିତେନ୍ଦ୍ର ଆହ୍ବାଡ଼। ଏନସିପି ନେତାଙ୍କ ଏଭଳି ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ ହେଉଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories