www.samajalive.in
Monday, December 8, 2025
27.1 C
Bhubaneswar

ସେନା ସରଞ୍ଜାମ କ୍ରୟ ଲାଗି ୮୦୨ କୋଟିର ଚୁକ୍ତି

ଡେସ୍କ: ପ୍ରତିରକ୍ଷା ମନ୍ତ୍ରାଳୟ ଦେଶର ସେନାବାହିନୀ ପାଇଁ ଆବଶ୍ୟକ ସରଞ୍ଜାମ ଲାଗି ୮୦୨ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷର କରିଛନ୍ତି। ଏଥିରେ ୬୯୭ଟି ବଗି ଓପନ ମିଲିଟାରୀ ୱାଗନ ରହିଛି ଯାହାର ମୂଲ୍ୟ ୪୭୩ କୋଟି ଟଙ୍କା। ଏଥିଲାଗି ଯୁପିଟର ୱାଗନ ଲିମିଟେଡ଼ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେହିପରି ବିଏମଇଏଲ ଲିମିଟେଡ଼ ସହ ୩୨୯ କୋଟି ଟଙ୍କାର ଚୁକ୍ତି ହୋଇଛି ଯେଉଁଥିରେ ୫୬ଟି ମେକାନିକାଲ ମାଇନ ଫିଲଡ ମାର୍କିଙ୍ଗ ଇକ୍ୱିପମେଣ୍ଟ ରହିଛି।

ଭାରତୀୟ ସେନା ଦ୍ୱାରା ବଗି ଓପନ ମିଲିଟାରୀ ୱାଗନ ବ୍ୟବହାର କରିଥାଏ ଓ ଏହାକୁ ସେନା ମୁତୟନ ପାଇଁ ବ୍ୟବହାର କରାଯାଇଥାଏ। ଏହା ଛଡା ହାଲୁକା ସାମରିକ ଯାନ, ଅସ୍ତ୍ରଶସ୍ତ୍ର ଓ ଇଞ୍ଜିନିଅରିଂ ସରଞ୍ଜାମ ନେବା ଆଣିବା ଲାଗି ମଧ୍ୟ ଏହାର ବ୍ୟବହାର କରାଯାଇଥାଏ। ଅନ୍ୟପକ୍ଷରେ ମେକାନିକାଲ ମାଇନ ଫିଲଡ ମାର୍କିଙ୍ଗ ଇକ୍ୱିପମେଣ୍ଟ ହେଉଛି ଏକ ସ୍ୱତନ୍ତ୍ର ଧରଣର ଯାନ ଯେଉଁଥିରେ ପଥୁରିଆ ଅଂଚଳ ଚିହ୍ନଟ ଲାଗି ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories