www.samajalive.in
Monday, December 8, 2025
27.1 C
Bhubaneswar

ଆହୁରି ଝଟକିବ ଆରଡ଼ି ପୀଠ; ଫେବୃଆରୀରୁ ଭଦ୍ରକରେ ଲକ୍ଷ୍ମୀ ବସ୍ ସେବା

ଆରଡ଼ି: ଆହୁରି ଝଟକିବ ଆରଡ଼ି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ରାଜ୍ୟ ସରକାର ୫୦କୋଟି ଟଙ୍କା ଅନୁମୋଦନ କରିଥିବା କହିଛନ୍ତି ୫-ଟି ଅଧ୍ୟକ୍ଷ ତଥା ଆମ ଓଡ଼ିଶା, ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ବୁଧବାର ଭିକେ ପାଣ୍ଡିଆନ ଭଦ୍ରକ ଗସ୍ତ କରି ଆରଡ଼ିପୀଠର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଥିବା ୬କୋଟି ଟଙ୍କାରେ ମନ୍ଦିର ପରିସର ସିଂହଦ୍ବାର, ଶ୍ରାବଣୀମଣ୍ଡପ, ଚାରିଦ୍ବାର ଗୁମୁଟ ଆଦି ନୂଆରୂପ ନେଇ ଝଟକୁଥିବା ବେଳେ ଏବେ ମନ୍ଦିର ଚତୁଃପାର୍ଶ୍ବର ପରିକ୍ରମା ପ୍ରକଳ୍ପ, ଶିବପ୍ଳାଜା, ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, ଗାଡି ପାର୍କିଂ ଆଦି ପାଇଁ ୧୮କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିସହ ବିସ୍ଥାପିତମାନଙ୍କୁ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ। ସେହିପରି ଧାନଖଣିଆ ସାଳନ୍ଦୀ ନଦୀଘାଟରେ ସେତୁ ନିର୍ମାଣ ପାଇଁ ୮୦କୋଟି ଟଙ୍କା ପଞ୍ଚୁଟିକିରି ମନ୍ତେଇନଦୀ ଘାଟର ସେତୁ ନିର୍ମାଣ ପାଇଁ ୫୦କୋଟି ଟଙ୍କା ସହ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ପାଖାପାଖି ୩ଶହ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସାଧାରଣ ସଭାରେ କହିଥିଲେ ପାଣ୍ଡିଆନ। ମୋଟ ୩୫୦କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ପାଣ୍ଡିଆନ କହିଛନ୍ତି।

ସେହିପରି ଆସନ୍ତା ଫେବୃଆରୀରୁ ଚାନ୍ଦବାଲି ବ୍ଲକ ସହ ଭଦ୍ରକ ଜିଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବ। ଏହି ବସ୍‌ରେ ମହିଳାମାନଙ୍କ ସହ କଲେଜ ପିଲା ମାତ୍ର ୫ ଟଙ୍କାରେ ଯାତ୍ରା କରିପାରିବେ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories