www.samajalive.in
Monday, December 8, 2025
27.1 C
Bhubaneswar

ଜର୍ମାନୀର ପୂର୍ବତନ ଅର୍ଥମନ୍ତ୍ରୀ ୱୋଲ୍ଫଗ୍ୟାଙ୍ଗ ଶାଉବଲଙ୍କ ପରଲୋକ; ଦେଶକୁ ଋଣ ସଙ୍କଟରୁ ରକ୍ଷା କରିବାରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ: ଜର୍ମାନୀର ପୂର୍ବତନ ଅର୍ଥମନ୍ତ୍ରୀ ୱୋଲ୍ଫଗ୍ୟାଙ୍ଗ ଶାଉବଲଙ୍କ ୮୧ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ତାଙ୍କର ବିୟୋଗ ଘଟିଥିବା ନେଇ ତାଙ୍କ ପରିବାର ସଦସ୍ୟ ଜର୍ମାନ ସମ୍ବାଦ ସରବରାହ ସଂସ୍ଥା ଡିପିଏକୁ ସୂଚନା ଦେଇଛନ୍ତି। ୱୋଲ୍ଫଗ୍ୟାଙ୍ଗ ଶାଉବଲ ୧୯୯୦ରେ ଜର୍ମାନ ଏକୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅର୍ଥମନ୍ତ୍ରୀ ଭାବରେ ତାଙ୍କର ଆଠ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୟୁରୋପୀୟ ଦେଶକୁ ଋଣ ସଙ୍କଟରୁ ବାହାର କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୨୦୦୯ ମସିହା ଅକ୍ଟୋବର ମାସରେ ଗ୍ରୀସ୍‌ରେ ବୃଦ୍ଧି ପାଉଥିବା ନିଅଣ୍ଟିଆ ବଜେଟ୍‌ ବିଷୟରେ ସୂଚନା ମିଳିବାର ଠିକ୍‌ ପୂର୍ବରୁ ଶାଉବଲ ଚାନ୍‌ସେଲର ଏଞ୍ଜେଲା ମର୍କେଲଙ୍କ ଅର୍ଥମନ୍ତ୍ରୀ ହୋଇଥିଲେ। ଗ୍ରୀସ୍‌ର ଏହି ଖବର ପ୍ରଚାର ପରେ ମହାଦେଶରେ ସଙ୍କଟ ଉତ୍ପନ୍ନ ହୋଇଥିଲା ଏବଂ ବିଶ୍ବ ଅର୍ଥ ବ୍ୟବସ୍ଥା ଅସ୍ଥିର ହେବାର ଆଶଙ୍କା ଦେଖା ଦେଇଥିଲା। ସେହି ସମୟରେ ପରିସ୍ଥିତିର ମୁକାବିଲା କରିବାରେ ଶାଉବଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories