www.samajalive.in
Tuesday, December 9, 2025
17.1 C
Bhubaneswar

କାଲିମେଳା ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ ଚାଲୁଥିବା ବେଳେ ଡିଭିଏଫ ଓ ଏସଓଜି ବାହିନୀଙ୍କୁ ମିଳିଛି ବଡ ସଫଳତା। କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲ ମଧ୍ୟରୁ ମାଟିତଳେ ପୋତାଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ମାଲକାନଗିରି ପୁଲିସ। ୨୨ ତାରିଖରୁ ଆରମ୍ଭ ହୋଇଥିବା ଅପରେସନରେ ରବିବାର ସୁରକ୍ଷା ବହିନୀ ଜବତ କରିଛନ୍ତି ମାଓ ସାମଗ୍ରୀ।

ଜବତ ସାମଗ୍ରୀ ମଧ୍ୟରେ ଏସବିଏମଏଲ ଗନ୍, ୧୨ଟି ଟିଫିନ ଆଇଇଡି, ପାଞ୍ଚଟି ଗ୍ରେନେଡ଼, ୧.୫ କେଜି କୋଡେକ୍ସ ୱେୟାର, ତିନୋଟି ଇଲେକ୍ଟ୍ରିକ ଡିଟୋନେଟର, ୩୯ଟି ଜିଲାଟିନ ଷ୍ଟିକ ଭଳି ପ୍ରାୟ ୩୪ ପ୍ରକାର ମାଓ ସାମଗ୍ରୀ ରହିଛି। ସମସ୍ତ ସାମଗ୍ରୀ ଜବତ ପରେ ଅନୁମାନ କରାଯାଉଛି ଯେ, ମାଲକାନଗିରି ଜିଲ୍ଲାରେ ମାଓ ସଂଗଠନ ପୁଣି ନିଜ କାୟା ବିସ୍ତାର କରିବା ପାଇଁ କସରତ ଆରମ୍ଭ କରିଦେଇଥିବା ବେଳେ ଗୁଇନ୍ଦା ବିଭାଗ ସତର୍କ ରହିଛି। ଏହି ସବୁ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟିର ହୋଇଥାଇପାରେ ବୋଲି ମାଲକାନଗିରି ଏସ୍‌ପି ନିତେଶ୍‌ ୱାଧୱାନି ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories