ଭବାନୀପାଟଣା : ଭବାନୀପାଟଣା ସହରର ବାହାଦୁର ବଗିଚା ପଡ଼ାର ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ସାନ ଭାଇ ଗଣେଶକୁ ହତ୍ୟା କରି ଅଭିଯୁକ୍ତ ବଡ଼ ଭାଇ ମହେନ୍ଦ୍ର ବାଗ ଟାଉନ ଥାନାରେ ଆତ୍ମସମର୍ପଣ କରିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଦୟାନିଧି ଛକରେ ନିଶା ସେବନ କରିବା ପରେ ମହେନ୍ଦ୍ର ଏବଂ ଗଣେଶ ମଧ୍ୟରେ ବଚସା ହେଇଥିଲା। ବଚସାରୁ ଏକ ଧାରୁଆ ଅସ୍ତ୍ରରେ ମହେନ୍ଦ୍ର ନିଜ ଭାଇ ଗଣେଶକୁ ହତ୍ୟା କରିଥିବା ଟାଉନ ଥାନା ପୁଲିସ କହିଛି। ମୃତକ ଗଣେଶର ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରଖା ଯାଇଛି।
Popular Categories



