www.samajalive.in
Monday, December 8, 2025
17.1 C
Bhubaneswar

ରଙ୍ଗାଧର ମହାରଣାଙ୍କୁ ମିଳିଲା ‘ରାଷ୍ଟ୍ରୀୟ ଶିକ୍ଷକ ଗୌରବ ସମ୍ମାନ’

ନୂଆଦିଲ୍ଲୀ/କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ସବଡିଭିଜନ ଅନ୍ତର୍ଗତ ଖାଳିଆମେଣ୍ଟା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ମହାରଣାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ମାନୀତ କରାଯାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ରଙ୍ଗାଧରଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ ରଙ୍ଗାଧର ମହାରଣା ୧୯୬୭ରେ ଖାଳିଆମେଣ୍ଟା  ଏମ୍‌ଇ ସ୍କୁଲରୁ ପ୍ରଧାନଶିକ୍ଷକ ପଦବୀରୁ ଶିକ୍ଷକତା ଆରମ୍ଭ କରିଥିଲେ। ଏହାସହ ରଙ୍ଗାଧର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ୨୦୦୪ରେ କେନ୍ଦୁଝରର ବଡ ପିଛୁଳା ୟୁଜିଏମ୍‌ଇ ସ୍କୁଲରୁ ଅବସର ନେଇଥିଲେ। ବର୍ତ୍ତମାନ ରଙ୍ଗାଧର ମହାରଣା ଖାଳିଆମେଣ୍ଟା ଗ୍ରାମର ମା ଧନେଇ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଏହାବ୍ୟତୀତ ନିଜ ବାସଭବନରେ ବିଭିନ୍ନ ଔଷଧୀୟ ବୃକ୍ଷ ଲଗାଇ ଲୋକମାନଙ୍କୁ ଆର୍ୟୁବେଦିକ   ଔଷଧ ପ୍ରସ୍ତୁତ କରି ପ୍ରଦାନ କରୁଛନ୍ତି। ରଙ୍ଗାଧର ମହାରଣାଙ୍କ ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories