www.samajalive.in
Sunday, December 7, 2025
15.1 C
Bhubaneswar

ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍କର ଦୁଇ ଲୁଟେରା ଗିରଫ, ସ୍କର୍ପିଓ ଗାଡି ସହ ବିଭିନ୍ନ ମାରାଣାସ୍ତ୍ର ଜବତ

ଗଞ୍ଜାମ :  ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଏକ ତାଲା ବନ୍ଦ ଥିବା ଘରୁ ଦିନରେ ଚୋରି ହୋଇଥିବା ଘଟଣା ର ଦୁଇ ଅଭିଯୁକ୍ତ କୁ ପୋଲିସ ଧରିବାରେ ସଫଳ ହୋଇଛି। ସେମାନଙ୍କୁ ପୋଲିସ ଜେରା କରିବା ସହ ଅନେକ ତଥ୍ୟ ପାଇଛି। ସେମାନଙ୍କ ଠାରୁ ମାରନାଅସ୍ତ୍ର ଓ ଏକ ଗାଡି ଜବତ କରିଛି। ସେମାନଂକୁ କୋର୍ଟ ଚଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ଦୁଇ ମାସ ତଳେ ସୁନା ଅଳଙ୍କାର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା। ଶନିବାର ଦିନ ଥାନା ଅଧିକାରୀ ନମିତା ପାତ୍ର ଏକ ସମ୍ବାଦିକ ସମ୍ବିଳନୀ ଜରିଆରେ ଚୋରି ଘଟଣା ର ପର୍ଦାଫାଶ ସୂଚନା ଦେଇଛନ୍ତି।
ଗିରଫ ଦୁଇଜଣ ଲୁଟେରା ହେଲେ ପଶ୍ଚିମବଙ୍ଗର ମୁର୍ସିଦା ବାଦ ଜିଲ୍ଲାର ପଶ୍ଚିମ ପଡା ର ସୋହେଲ ଅହମ୍ମଦ ଓ ମଇ ରୁଦିନ ମୁଲ୍ଲା। ଉଭୟ ହିନ୍ଦି ଓ ବଙ୍ଗାଳୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ସେମାନଙ୍କ ନିକଟରୁ ବ୍ୟବହାର କରୁଥିବା ଡ଼ବ୍ଲ୍ୟୁ ବି ୫୮ବି ଏମ ୬୧୧୯ ନମ୍ବର ବିଶିଷ୍ଟ ସ୍କର୍ପିଓ, ଦୁଇଟି ଖଣ୍ଡା, ବିଭିନ୍ନ ବ୍ୟାଙ୍କ ଏ ଟି ଏମ କାର୍ଡ , ପାନ କାର୍ଡ, ୨୬ ଶହ ଟଙ୍କା ପୋଲିସ ଜବତ କରାଯାଇଥିବା ଜଣା ପଡିଛି। ଚୋରି ଯାଇଥିବା ଘର ମାଲିକ କୃଷ୍ଣ ପଲାଇ ଡ଼କାୟତ ମାନେ ବ୍ୟବହୃତ କରିଥିବା ଗାଡି ନମ୍ବର ପୋଲିସକୁ ଅଭିଯୋଗ ସମୟରେ ଜଣେଇଥିଲେ। ଉକ୍ତ ଗାଡି ନମ୍ବର କୁ ନେଇ ଗଞ୍ଜାମ ଥାନା ପୋଲିସ ଓଡିଶା ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଟୋଲଗେଟ କୁ ପଚାରା ଉଚରା କରିବା ପରେ ଉକ୍ତ ସ୍କର୍ପିଓ ଚେନାଇ ରେ ଥିବା ଜଣା ପଡିଥିଲା। ସେହିଦିନ ଠାରୁ ଉକ୍ତ ଡକାୟତି ଗ୍ୟାଙ୍କ ର ଗତିବିଧିକୁ ଲକ୍ଷ କରି ଆସୁଥିଲେ। ସ୍କ୍ରପିୟ ଗାଡି ନମ୍ବରକୁ ଲିଙ୍କ ଥିବା ମୋବାଇଲକୁ ପୋଲିସ ଟ୍ରାକ କରି ସେମାନେ ଚେନାଇ ରୁ ଆସୁଥିବା ପୋଲିସ ଜାଣି ପାରିଥିଲା ।
ପୂର୍ବ ସୂଚନା ଅନୁସାରେ ଉକ୍ତ ସ୍କ୍ରପିୟ ଗାଡି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲ୍ଲୀ ଟୋଲଗେଟରେ ପହଞ୍ଚିବା ପରେ ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ନେତୃତ୍ୱ ରେ ତଦନ୍ତକାରୀ ପୋଲିସ ଜି. ଅନନ୍ତ ରାଓ, କନେଷ୍ଟବଳ ସଚ୍ଚିଦାନନ୍ଦ ସାହୁ, ଅଶ୍ୱିନ ପଟନାୟକ, ସୋମନାଥ ରେଡି, ସୁରେନ୍ଦ୍ର ଗୌଡ଼ ପ୍ରମୁଖଙ୍କ ସମେତ ଦୀର୍ଘ ସମୟ ଡକାୟତ ମାନଙ୍କ ସହ ଧସ୍ତା ଧସ୍ତି ପରେ ଦୁଇଜଣ ଡକାୟତ ଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କୁ ଧରି ଗଞ୍ଜାମ ଥାନାଙ୍କୁ ଆଣି ପଚାରା ଉଚାରା ପରେ ପୁଇଁତୋଳା ଡକାୟତି ଘଟଣା ରେ ସମ୍ପୃକ୍ତ ଥିବା ଏବଂ ସେମାନଙ୍କ ଏକ ଗ୍ୟାଙ୍କ ଥିବା ସେମାନଙ୍କ 5 ଜଣିଆ ଗ୍ୟାଙ୍କ ଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ। ଉକ୍ତ ୫ ଜଣିଆ ଗ୍ୟାଙ୍କ ମଧ୍ୟରୁ ଦୁଇଜଣ ପୂର୍ବରୁ ଗିରଫ ହୋଇଥିବା ପୋଲିସ କୁ ସୂଚନା ମିଳିଛି। ଗ୍ୟାଙ୍କ ର ଅନ୍ୟଜଣେ ବ୍ୟକ୍ତି ଚେନାଇ ରେ ଥିବା ଜଣାପଡିଛି
ପ୍ରକାଶ୍ୟଯୋଗ୍ୟ ପୁଇଁତୋଳା ତାଲା ବନ୍ଦ ଘରୁ ଚୋରି କରିବା ଦିନ ଜାଳେଶ୍ବର ଓ ଇଛାପୁର ଅଞ୍ଚଳରୁ ଲୁଟ କରିଥିବା ପୋଲିସ ସୂଚନା ଦେଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories