www.samajalive.in
Monday, December 8, 2025
27.1 C
Bhubaneswar

ଅବକାରୀ ଚଢ଼ାଉ: ବାଇକ୍ ସହ ଦେଶୀ ବିଦେଶୀ ମଦ ଜବତ, ୫ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଚଢ଼ାଉ ସମୟରେ ୩୮ ଲିଟର ଦେଶୀ ମହୁଲି ମଦ ଓ ୫ ଲିଟର ୪ଶହ ମିଲି ବିଦେଶୀ ମଦ ଜବତ କରାଯାଇଛି।‌ ଏ‌ହା ସହ ଚୋରା ମଦ କାରବାରରେ ବ୍ୟବହୃତ ହୋଇଥିବା ଏକ ବାଇକକୁ ଜବତ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ଗୁଣ୍ଡୁରିପଶି ଗ୍ରାମର ଗୌତମ ନାଏକ, ହ୍ରିତିକ ନାଏକ, ଗାଲଫୁଲା ଗ୍ରାମର ସୁଧାଂଶୁ କୁମାର ଓ ରଞ୍ଜିତ ମୁଣ୍ଡା ଓ ସ୍ବାମପାଟଣାର ନବୀନ ନାଏକ ବୋଲି ଜଣାପଡିଛି । ସମସ୍ତ ୫ ଜଣଙ୍କୁ ବେଆଇନ ମଦ କାରବାର ଅଭିଯୋଗର ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories