www.samajalive.in
Monday, December 8, 2025
27.1 C
Bhubaneswar

ୱାଇସିଡ଼ିଏ ପକ୍ଷରୁ ପାକଶାଳା ପ୍ରଶିକ୍ଷଣ ଶିବିର

ବୌଦ୍ଧ: ସ୍ୱେଚ୍ଛାସେବି ଅନୁଷ୍ଠାନ ୱାଇ.ସି.ଡି.ଏ  ତରଫରୁ ଏଫ.ଏଫ.ଭି.ଡି.ପି କାର୍ଯ୍ୟକ୍ରମ ଆନୁକୁଲ୍ୟରେ ପାକଶାଳା ବଗିଚାର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଗୁଢ଼ିଆଲି ଓ ଜାମୁଖୋଲ ଗ୍ରାମର ୫୦ ଜଣ ହିତାଧୀକାରୀଙ୍କୁ ପାକଶାଳା ବଗିଚା ତିଆରି କରିବା ପାଇଁ ୧୨ ପ୍ରକାର ପନିପରିବାର ମଞ୍ଜି ଓ ଜିଆ ଖତର ସହାୟତା ପ୍ରଦାନ କରାଯାଇଛି। ଗର୍ଭବତୀ ଓ ପ୍ରସୂତି ମହିଳା ତଥା ଶିଶୁମାନଙ୍କର ପୋଷଣ ମାନଦଣ୍ଡକୁ ବୃଦ୍ଧି କରିବା ନିମିତ୍ତ ଏହି ପଦକ୍ଷେପ ନିଆଯାଇଛି। ପାକଶାଳା ବଗିଚାକୁ  ସୁଚାରୁ ରୂପେ କାର୍ଯ୍ୟକ୍ଷମ  କରିବା ଦିଗରେ ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ, ବୌଦ୍ଧ ର ଯାନ୍ତ୍ରିକ ଅଧିକାରୀ ରଞ୍ଜିତ କୁମାର ଦାଶ ଗ୍ରାମ ବାସୀଙ୍କୁ ଉଦବୋଧନ ଦେଇଥିଲେ। ୱାଇ.ସି.ଡି.ଏ ସଂସ୍ଥାର କର୍ମକର୍ତ୍ତା ସୁଚରିତା, ପ୍ରୋଗ୍ରାମ ଅଫିସର (ସ୍ୱାସ୍ଥ୍ୟ ସୁରକ୍ଷା) ଏହି କାର୍ଯ୍ୟକ୍ରମର ସମ୍ପାଦନା କରିଥିଲେ। ଏହାସହ ସଂସ୍ଥାର ପ୍ରୋଗ୍ରାମ ମ୍ୟାନେଜର ଦେବଦତ୍ତା ଓ ମୂଲ୍ୟାଙ୍କନ ଅଫିସର ତୀର୍ଥାନନ୍ଦ କାର୍ଯ୍ୟକ୍ରମ ସମ୍ପାଦନାରେ ସହଯୋଗ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories