ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ନୂଆଁ ଖଇରପାଲି ସ୍ଥିତ କୋଶଳ ସ୍କୁଲର ବାର୍ଷିକ ଉତ୍ସବ-୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି।ଅତିଥିଙ୍କ ଦ୍ୱାରା ବିଘ୍ନରାଜ ଗଣେଶ ଓ ବାଗ୍ଦେବୀ ସରସ୍ଵତୀଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ କରି ସ୍କୁଲ ନିର୍ଦ୍ଦେଶିକା ନଳିନୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ନିର୍ଦ୍ଦେଶିକା ମଧୁ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ବଲପୁର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପ୍ରତି ଦୃଷ୍ଟି ଦେବାକୁ ଦିଗଦର୍ଶନ ଦେଇଥିଲେ। ସ୍କୁଲ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ପରିଚାଳନା କମିଟିର ଭାଇସ ଚେୟାରମ୍ୟାନ ପି ରାମାରାଓ ମଞ୍ଚାସିନ ରହିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କୁ ଉପଢୌକନ ଓ ମେମୋଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଟେଲେଣ୍ଟ ଟେଷ୍ଟ, ବହୁମୁଖୀ ପ୍ରଦର୍ଶନୀ ଓ ମାଟ୍ରିକ ପରୀକ୍ଷାରେ ୯୦ ଶତକଡ଼ାରୁ ଅଧିକ ନମ୍ବର ରଖିଥିବା ତଥା ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉପ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ପାଇକ ରାଏ ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିର୍ଦେଶନାରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପରିଚାଳନା କମିଟି,ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।



