www.samajalive.in
Sunday, December 7, 2025
15.1 C
Bhubaneswar

ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ଓ ଲିଙ୍ଗଗତ ସମାନତା ଉପରେ ପ୍ରଶିକ୍ଷଣ ଶିବିର

ଘଣ୍ଟାପଡ଼ା: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ଏବଂ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଲିଙ୍ଗଗତ ବୌଷମ୍ୟ ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦାମୋଦର ସାହୁ ଯୋଗ ଦେଇ ଶିଶୁ ସୁରକ୍ଷା ବ୍ୟବସ୍ଥା, ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଉପରେ ଆଲୋଚନା କରିବା ସହ ବେଆଇନ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ ନ କରିବାକୁ ଆହ୍ବାନ କରିଥିଲେ। ଇଚ୍ଛୁକ ଅଭିଭାବକ ମାନେ ସରକାରଙ୍କ ୱେବସାଇଟରେ ଜରୁରୀ ଦସ୍ତାବିଜ ଦେଇ ଆବେଦନ କରିପାରିବେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ କଣ୍ଟାମାଳ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ଜ୍ୟୋତ୍ସାରାଣୀ ପାଢୀ ଯୋଗଦେଇ ବାଲ୍ୟବିବାହ ରୋକିବା, ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ରୋକିବା ତଥା ସରକାରଙ୍କ ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଶା କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ତଥା ପ୍ରଶିକ୍ଷକ ଭାବରେ ସୁରକ୍ଷା ଅଧିକାରୀ ସୁସାନ୍ତ ଭୋଇ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ-୨୦୧୨, ଲିଙ୍ଗଗତ ଅସମାନତା ଓ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ମାଧ୍ୟମରେ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୁପଣ ରୋକିବା, କନ୍ୟା ସନ୍ତାନର ସ୍ବାସ୍ଥ୍ୟ, ପୃଷ୍ଠି ନିରାପତ୍ତା ଏବଂ ଶିଶୁ ମାନେ ବିଦ୍ୟାଳୟକୁ ଯିବା ଓ ଉପସ୍ଥାନ ହାର ବଢାଇବା ଓ କନ୍ୟା ସନ୍ତାନର ଗୁରୁତ୍ଵ ସମ୍ପର୍କରେ ସଚେତନ‌ତା କରିବା ଦିଗରେ ଆଲୋଚନା କରିଥିଲେ। ସ୍ଥାନୀୟ ପିଏଚଇଓ ସୁଦର୍ଶନ ପ୍ରଧାନ ଯୋଗଦେଇ ସମସ୍ତେ ସଚେତନ ହେଲେ ସରକାରଙ୍କ ଯୋଜନା ଗୁଡିକ ସଫଳ ରୁପାୟନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପରାମର୍ଶଦାତା ବସନ୍ତ କୁମାର ଦିଶିରି ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories