www.samajalive.in
Monday, December 8, 2025
27.1 C
Bhubaneswar

ମଣିଷ ଖପୁରୀ ଜବତ କଲା ପାଟଣା ପୁଲିସ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅଧିନସ୍ଥ ଖୁଣ୍ଟାପଡା ପଞ୍ଚାୟତ ଚାତରପାଣି କାଜୁ ପଡିଆରୁ ଠାବ ହୋଇଛି ମଣିଷ ଖପୁରୀ। ସୂଚନା ଅନୁଯାୟୀ ଏହି ଘଟଣାଟି ୨ରୁ ୩ ମାସ ତଳର ବୋଲି ଅନୁମାନ କରା ଯାଉଥିବା ବେଳେ ଘଟଣା ସ୍ଥଳରୁ ଏକ ମଣିଷ ଖପୁରି, ୨ଟି ଆଦିବାସୀଙ୍କ ପିନ୍ଧା ଗାମୁଛା, ହାପ ପ୍ୟାଣ୍ଟ ଏବଂ ଏକ ପୁରୁଷ ଚପଲ ପଡିଥିବା ଦେଖା ଯାଇଥିଲା। ସୋମବାର ସନ୍ଧ୍ୟାରେ ସାହାରପଡା ଫାଣ୍ଡି ପୁଲିସ ଖବର ପାଇ ଉକ୍ତ କାଜୁ ପଡିଆରେ ଖୋଜା ଖୋଜି କରିଥିଲେ ମଧ୍ୟ କିଛି ସନ୍ଧାନ ନମିଳିବାରୁ ମଙ୍ଗଳବାର ସକାଳ ସମୟରେ ଯାଇ ପୁଣି ଖୋଜିଥିଲେ। ଖପୁରୀ ପାଇବା ପରେ ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ସୂଚନା ପାଇବା ପରେ ଘଟଗାଁ ଏସ.ଡି.ପି.ଓ ସୁଦର୍ଶନ ଗାଙ୍ଗୋଇ, ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ ଏବଂ କେନ୍ଦୁଝର ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଖପୁରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଏହି ଖପୁରୀ ଓ ପୋଷାକ କାହାର ସେ ନେଇ ଚର୍ଚ୍ଚା ଲାଗି ରହିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories