ଫୁଲବାଣୀ: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ କୁଇ ସମାଜ କାର୍ଯ୍ୟାଳୟ ଠାରେ ବିଜେପି ଆଦିବାସୀ ଜାଗରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବେ କନ୍ଧମାଳ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ପରିଚାଳନା କମିଟି ସଦସ୍ୟସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଦାୟିତ୍ଵ ହସ୍ତାନ୍ତର କରାଯାଇଛି। ବୈଠକରେ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଆଦିବାସୀ ମାନଙ୍କ ମୌଳିକ ଅଧିକାର ଜଳ, ଜମି ଏବଂ ଜଙ୍ଗଲ କିଭଳି ଭାବରେ ସୁରକ୍ଷିତ ରହିବ ସେ ବିଷୟରେ ଅବଗତ କରାଇବା ସହିତ ଜିଲ୍ଲା ଆଦିବାସୀ ମୋର୍ଚ୍ଚାର ସଂଗଠନ ସୁଦୃଢ କରିବା ପାଇଁ ଆହ୍ବାନ ଦେଇଥିଲେ।
Popular Categories



