www.samajalive.in
Monday, December 8, 2025
20.1 C
Bhubaneswar

ବ୍ୟାଙ୍କ ପରିଚାଳକଙ୍କ ଦୁର୍ବ୍ୟବହାର, ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଲେ ଚାଷୀ

ଟିଟିଲାଗଡ଼: ଚାଷୀଙ୍କୁ ବହୁ ପ୍ରତୀକ୍ଷା ପରେ ରିହାତିରେ ଗଭୀର ନଳକୂପ ଖୋଲିବା ପାଇଁ ସରକାର ଯୋଜନା ଆରମ୍ଭ କରିଛନ୍ତି। ତେବେ ଯୋଜନାରେ ଲାଭପ୍ରଦ ହେବା ନେଇ ଚାଷୀ ଆତୁର ହୋଇ ପଡ଼ିଥିବା ବେଳେ ପ୍ରଶାସନର ଚିରାଚରିତ ଅବହେଳା ନେଇ ଚାଷୀ ହତାଶ ହୋଇ ପଡିଛନ୍ତି। ପ୍ରଶାସନ ପକ୍ଷରୁ ଯୋଜନା ନେଇ କେବଳ ୟୁନିୟନ ବ୍ୟାଙ୍କରେ ଟଙ୍କା ଜମା କରିବା ଧାର୍ଯ୍ୟ କରାଯାଇଥିବା ବେଳେ ବ୍ୟାଙ୍କ ପରିଚାଳକ ଚାଷୀଙ୍କୁ ଅସହଯୋଗ ତଥା ଦୁର୍ବ୍ୟବହାର କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ବାରମ୍ବାର ବ୍ୟାଙ୍କକୁ ଧାଇଁ ଧାଇଁ ହଇରାଣ ହରକତ ହେଉଛନ୍ତି। ଚାଷୀଙ୍କୁ ଯୋଜନା ନେଇ ସ୍ଥାୟୀ ଜମା ଖାତା ଖୋଲିବାକୁ ଆବେଦନ ଫର୍ମ ମଧ୍ୟ ଦିଆଯାଉ ନଥିବା ଅଭିଯୋଗ କରି ଚାଷୀ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି। ଏନେଇ ବ୍ୟାଙ୍କ ପରିଚାଳକ ଗୋବିନ୍ଦ ସାହୁ ନିଜକୁ ନିର୍ଦୋଷ ବୋଲି କହିଛନ୍ତି। ବ୍ୟାଙ୍କ ସମ୍ମୁଖରେ ଧାରଣା ଜାରି ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories