www.samajalive.in
Tuesday, December 9, 2025
16.1 C
Bhubaneswar

ଦୁଇ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଗୁରୁବାର ଫୁଲବାଣୀ ଗସ୍ତରେ ଆସିଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଉଛନ୍ତି ଏରିଆ କମାଣ୍ଡର ରଞ୍ଜିତ ନେତାମ ଓ ଉଗା ପୋୟାମ। ଉଭୟେ ଛତିଶଗଡ କ୍ୟାଡରର ମାଓବାଦୀ ବୋଲି କୁହାଯାଇଛି। ଏମାନେ କେକେବିଏନ ସଂଗଠନର ସଦସ୍ୟ ଥିଲେ। ସେମାନେ ୨୦୧୭ ମସିହାରୁ ସିପିଆଇ(ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ ଏବଂ ଛତିଶଗଡ ଓ ଓଡ଼ିଶାରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ। ସେମାନେ ଆତ୍ମସମର୍ପଣ କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ଥିର କରିଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏହି ଅବସରରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନକ୍ସଲ ସମସ୍ୟା ଉପରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଡିଜି। ବିଏସଏଫ, ସିଆରପିଏଫ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ଏ ଦିଗରେ ଯଥେଷ୍ଟ ସଫଳତା ମିଳିଥିବା ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ମହାନିର୍ଦ୍ଦେଶକ ଅପରେସନ ଦେବଦତ୍ତ ସିଂ, ବିଏସଏଫ କମାଣ୍ଡାଣ୍ଟ ରବିକାନ୍ତ, ଡିଆଇଜି ଏସଆଇଡବ୍ଲ୍ୟୁ ଉମାଶଙ୍କର ଦାଶ, କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର, ବୌଦ୍ଧ ଏସପି ରାଜ ପ୍ରସାଦ, ବାଲିଗୁଡା ଏସଡିପିଓ ୟଶ ପ୍ରତାପ ସିମଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories